ଅନୁଗୁଳ କଲେଜରେ ଜିଲ୍ଲା ସ୍ତରୀୟ ବିକ୍ଷିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

You are currently viewing ଅନୁଗୁଳ କଲେଜରେ ଜିଲ୍ଲା ସ୍ତରୀୟ ବିକ୍ଷିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

ଅନୁଗୁଳ: ଆସନ୍ତା ମାର୍ଚ୍ଚ ୨ ତାରିଖରେ ମୋ ଯୁବ ଭାରତ ସହଯୋଗରେ ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ  ଜିଲ୍ଲା ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ବିତର୍କ କାର୍ଯ୍ୟକ୍ରମରେ ଜିଲ୍ଲାର ୧୮ ରୁ ୨୫ ବର୍ଷ ବୟସର କଲେଜ ଛାତ୍ରଛାତ୍ରୀ ଏବଂ ଅଣ ଛାତ୍ର ମାନେ ଅଂଶ ଗ୍ରହଣ କରି ପାରିବେ। ଏଥିନେଇ କଲେଜ୍ ଅଧ୍ୟକ୍ଷ ଡ଼ା ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।ଏଥିରେ ଡ଼ା ସାହୁ ଯୁବ ସଂସଦ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ।

ଯୁବକ ମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଶୈଳୀ,ଗଣତାନ୍ତ୍ରିକ ମୂଲ୍ୟବୋଧର ଅଭିବୃଦ୍ଧି ଏବଂ ପବ୍ଲିକ ସ୍ପିକିଂର ଦକ୍ଷତା ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ଅଭିପ୍ରେତ ବୋଲି ଡ଼ା ସାହୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ୧୫୦ ରୁ ଅଧିକ ଯୁବକଯୁବତୀ ଅଂଶ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ସଫଳ ଛାତ୍ରଛାତ୍ରୀ ମାନେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ।ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁଶାନ୍ତ କୁମାର ପ୍ରଧାନ, ସୁଶାନ୍ତ କୁମାର ସାହୁ, ଜିଏସ ଜେନା,ଏସଡିଆଇପିଆରଓ ସୋନାଲିଶ୍ମିତା ସାହୁ, ମୋ ଯୁବ ଭାରତ ପକ୍ଷରୁ ତପନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply