ଅନୁଗୁଳ: କୋଭିଡ ସମୟରେ ପଞ୍ଚାୟତ ନିର୍ବାଚନ। ଏନେଇ ସୋମବାର ରାଜ୍ୟ ନିର୍ବାଚନ କମିସନଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବ ଦଳୀୟ ବୈଠକ ଶେଷ ହୋଇଛି । ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ବିଭିନ୍ନ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ । ବୈଠକରେ ଆଲୋଚନା ପରେ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ଲାଗି ଗାଇଡ ଲାଇନ ପ୍ରସ୍ତୁତି ହେଉଛି । କୋଭିଡ ସମୟରେ କିଭଳି ନିର୍ବାଚନ ହେବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । ଏହି ବୈଠକରେ ବିଜେଡି, କଂଗ୍ରେସ ଓ ବିଜେପି ସେମାନଙ୍କର ଦାବି ଉପସ୍ଥାପନା କରିଛନ୍ତି । ସମସ୍ତ ଦଳର ପ୍ରତିନିଧିମାନେ କହିଛନ୍ତି ପଞ୍ଚାୟତ ନିର୍ବାଚନ କୋଭିଡ ଗାଇଡଲାଇନରେ ହେଲେ ସେମାନେ ସହଯୋଗ କରିବେ। ଅନ୍ୟପଟେ ନିର୍ବାଚନକୁ ୩ ମାସ ଘୁଞ୍ଚାଇବା ପାଇଁ କଂଗ୍ରେସ ପ୍ରସ୍ତାବ ଦେଇଛି । ବିଜେପି ପକ୍ଷରୁ ମଧ୍ୟ ଅନେକ ପ୍ରସ୍ତାବ ରଖାଯାଇଥିଲା । ଏହି ବୈଠକରେ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହିତ ବିଜେଡି ସାଂସଦ ଅମର ପଟ୍ଟନାୟକ,କଂଗ୍ରେସରୁ ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ ଓ ବିଜେପି ବିଧାୟକ ମୋହନ ମାଝୀ ପ୍ରମୁଖ ଯୋଗଦେଇଥିଲେ ।
1
f600b249-5c54-442c-a949-d6bc81000fab