ଅନୁଗୁଳ ଜେଲ୍‌ରେ କଏଦୀଙ୍କ ମୃତ୍ୟୁ: ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ

You are currently viewing ଅନୁଗୁଳ ଜେଲ୍‌ରେ କଏଦୀଙ୍କ ମୃତ୍ୟୁ: ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀ ପରଲୋକ ହୋଇଯାଇଛି। ସେ ହେଉଛନ୍ତି ଜଗବନ୍ଧୁ ଭୋଇ (୫୦)। ସେ ସହର ଉପକଣ୍ଠ କୁମଣ୍ଡ ପଞ୍ଚାୟତ ବେଲସୁଣ୍ଠା ଗ୍ରାମର ବାସିନ୍ଦା ଥିଲେ। ଜଗବନ୍ଧୁ ୨୦୨୪ରେ ଏକ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ। 

ବୁଧବାର ଅପରାହ୍ନରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଜେଲ୍‌ର ଡାକ୍ତର ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜେଲ୍ ସୂତ୍ରରୁ ସୂଚନା ମିଳିଛି।

Share

Leave a Reply