ଜିଏସଟି କର୍ତ୍ତୃପକ୍ଷଙ୍କ ମନମୁଖୀ ଚଢ଼ଉକୁ ବିରୋଧ: ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ

You are currently viewing ଜିଏସଟି କର୍ତ୍ତୃପକ୍ଷଙ୍କ ମନମୁଖୀ ଚଢ଼ଉକୁ ବିରୋଧ: ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ

ଅନୁଗୁଳ: ଜିଏସଟି କର୍ତ୍ତୃପକ୍ଷଙ୍କ ମନମୁଖୀ ଚଢ଼ଉ ପରେ ଜୟପୁର ସହରରେ ନ୍ୟୁ ଭୈଷବୀ ଅଳଙ୍କାରର ସ୍ଵତ୍ତାଧିକାରୀ ଭି. ହରିପ୍ରସାଦଙ୍କର ହୃଦଘାତରେ ପରଲୋକ ହୋଇଛି। ଏହାକୁ ବିରୋଧ କରି ବୁଧବାର ୬ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଅନୁଗୁଳ ଜିଏସଟି କାର୍ଯ୍ୟାଳୟ ସମ୍ମୁଖରେ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନା ମୁତାବକ, ଗତ ଧନତେରସ ଦିନ ଜୟପୁର ସହରରରେ ନ୍ୟୁ ଭୈଷବୀ ଅଳଙ୍କାର ପ୍ରତିଷ୍ଠାନ ଓ ବାସଭବନ ଉପରେ ଜିଏସଟି କର୍ତ୍ତୃପକ୍ଷଙ୍କ ଦ୍ଵାରା ଚଢଉ କରାଯାଇଥିଲା। ଏହି ମନୋମୁଖୀ ଚଢ଼ଉ ଓ ଅଧିକାରୀଙ୍କ ଅମାନୁଷିକ ବ୍ୟବହାରରେ ପ୍ରଭାବିତ ହୋଇ ପ୍ରତିଷ୍ଠାନର ସ୍ଵତ୍ତାଧିକାରୀ ଭି. ହରିପ୍ରସାଦଙ୍କର ହୃଦଘାତରେ ପରଲୋକ ହୋଇଛି। ତେବେ ଅନୁଗୁଳ ବ୍ୟବସାୟୀଙ୍କୁ ପୁରୁଣା ବର୍ଷର ନୋଟିସ ଦେଇ ଉଦ୍ଦେଶ୍ୟ ମୂଳକ ଭାବରେ ହଇରାଣ କରାଯାଉଛି। ଜିଏସଟି ଜଟିଳତାର ସୁଯୋଗ ନେଇ ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରକାର ଉତ୍ପୀଡନ କରାଯାଉଛି ବୋଲି ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଅଭିଯୋଗ ଆଣିଛି।

ଏହାକୁ ବିରୋଧ କରି ଆସନ୍ତାକାଲି ବିକ୍ଷୋଭ କରାଯିବ ବୋଲି ସଭାପତି ଦୀପକ କୁମାର ବର୍ମା ଓ ସମ୍ପାଦକ ନୀଳାଚଳ ପ୍ରଧାନ ସୂଚନା ଦେଇଛନ୍ତି।

Share

Leave a Reply