ଅନୁଗୁଳ: ରବିବାର ଅପରାହ୍ନରେ ଗାନ୍ଧୀ ପାର୍କ ଠାରେ ସାବରମତି ଆଶ୍ରମର ଉନ୍ନତିକରଣ ନାଁ ରେ ସେଠାରେ ସରକାରୀ ହସ୍ତକ୍ଷେପର ପ୍ରତିବାଦ କରି ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ଲିପିକା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଉତ୍କଳ ନବ ଜୀବନ ମଣ୍ଡଳର ସଭାପତି କୃଷ୍ଣା ମହାନ୍ତି,ସମ୍ପାଦକ ମୁରଲୀଧର ମୂଳିଆ, ରାଷ୍ଟ୍ରୀୟ ଯୁବ ସଂଗଠନର ସୂର୍ଯ୍ୟ ନାରାୟଣ ନାଥ ,ଆଦ୍ୟଶ୍ଳୋକ ମିଶ୍ର,ଆଇନଜୀବି ଦିଲୀପ ଦାସ,ସ୍ବେଛାସେବୀ ପ୍ରତାପ ମହାପାତ୍ର ଓ ବାଜି ରାଉତ ଛାତ୍ରାବାସ ର ଛାତ୍ରଛାତ୍ରୀ ମାନେ ଯୋଗ ଦାନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଗୁଜୁରାଟ ସରକାରଙ୍କ ପକ୍ଷରୁ ଗାନ୍ଧିଜୀଙ୍କ ପ୍ରିୟ ସାବରମତି ଆଶ୍ରମ ପରିସରରେ ପ୍ରାୟ ବାରଶହ କୋଟି ଟଙ୍କା ଖର୍ଚ ବିନିମୟରେ ଏହାକୁ ଏକ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି ତାକୁ ଗାନ୍ଧିବାଦୀ ମାନେ ବିରୋଧ କରୁଛନ୍ତି। ଏହାଦ୍ୱାରା ଆଶ୍ରମର ମୂଳ ପରିବେଶରେ ପରିବର୍ତନ ଆସିବ ଏବଂ ଏହାର ପବିତ୍ରତା ନଷ୍ଟ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସାବରମତି ଆଶ୍ରମରେ ସରକାରୀ ହସ୍ତକ୍ଷେପର ପ୍ରତିବାଦ
- Post published:October 24, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul