ଅନୁଗୁଳ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଘଟଣାର ସିବିଆଇ ତଦନ୍ତ ଦାବିରେ ରବିବାର ବିଜେପି ଖମାର ମଣ୍ଡଳ ପକ୍ଷରୁ ଥାନା ଘେରାଉ କରାଯାଇଥିଲା। ମଣ୍ଡଳ ସଭାପତି ଗୌରଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଖମାର କଲେଜ ପଡିଆରୁ ବିକ୍ଷୋଭକାରୀଙ୍କ ଏକ ଶୋଭାଯାତ୍ରା ବାହାରି ଥାନା ସମ୍ମୁଖରେ ପହଞ୍ଚି ଥିଲା। ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରାଯାଇଥିଲା। ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଯୋଗ ଦେଇ ବିଜେଡି ଶାସନ କାଳରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ବୋଲି ଅଭିଯୋଗ କରିବା ସହ ସରକାରଙ୍କ ସମାଲୋଚନା କରିଥିଲେ। ମଣ୍ଡଳ ପ୍ରଭାରୀ ଲିଙ୍ଗରାଜ ଦାସ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ସାହୁ, ମଣ୍ଡଳ ସଭାପତି ପଞ୍ଚାନନ ସାହୁ, ଯୁବମୋର୍ଚ୍ଚା କର୍ମକର୍ତା ଲିପୁନ ପ୍ରଧାନ, ସମ୍ପାଦକ ହରେକୃଷ୍ଣ ପ୍ରଧାନ, ପ୍ରହଲ୍ଲାଦ ସାମଲ, ଡିଲେଶ୍ବର ବେହେରା, ସମିତିସଭ୍ୟା ଶକୁନ୍ତଳା ସାହୁ, ଲକ୍ଷ୍ମୀଧର ସାହୁ, ଅବନୀ ପ୍ରଧାନ, ବ୍ରିଜେଶ ରାୟ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ବିକାଶ ନହରା ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।
ବିଜେପିର ଖମାର ଥାନା ଘେରାଉ
- Post published:November 8, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
