ସ୍ବାସ୍ଥ୍ୟ କେନ୍ଦ୍ରରେ ନୂଆ ଘର ପାଇଁ ଦାବିପତ୍ର ପ୍ରଦାନ

You are currently viewing ସ୍ବାସ୍ଥ୍ୟ କେନ୍ଦ୍ରରେ ନୂଆ ଘର ପାଇଁ ଦାବିପତ୍ର ପ୍ରଦାନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ମରାତିରାଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ର କେନ୍ଦ୍ରରେ ଏକ ନୂଆ ଘର ନିର୍ମାଣ କରିବାକୁ ଦାବି କରାଯାଇଛି। ନବଘନ ବିଶ୍ବାଳଙ୍କ ନେତୃତ୍ବରେ ଅଞ୍ଚଳବାସୀ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଗଣ୍ଡିବେଢ଼ ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପାଇଁ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। କିନ୍ତୁ ସେଠାରେ ଘରର ଅଭାବରୁ ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି। ଯାହାଫଳରେ ରୋଗୀମାନେ ସ୍ବସ୍ଥ୍ୟ ସେବା ପାଇଁ ଖର୍ଚ୍ଚାନ୍ତ ହୋଇ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି।

Share

Leave a Reply