ବେଆଇନ ବାଇପାସ ନିର୍ମାଣକୁ ବିରୋଧ, ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

You are currently viewing ବେଆଇନ ବାଇପାସ ନିର୍ମାଣକୁ ବିରୋଧ, ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଗ୍ରାମର ଲୋକଙ୍କ ଜମି ଉପରେ ଜେଆଇପିଏଲ କମ୍ପାନୀ ବେଆଇନ ବାଇପାସ ରାସ୍ତା ନିର୍ମାଣ କରୁଛି। ବେଆଇନ ନିର୍ମାଣକୁ ବିରୋଧ କରି ଆଜି କଣିହାଁ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଣିହାଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ବୁଧବାର ସକାଳେ ଗ୍ରାମ ସଭାପତି କେଶବ ସାହୁ, ସଂପାଦକ ସୂର୍ଯ୍ୟକାନ୍ତ କୁମାର ନାଏକଙ୍କ ନେତୃତ୍ବରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଶୋଭାଯାତ୍ରାରେ ବାହାରି କଣିହାଁ ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଗ୍ରାମବାସୀ କହିଛନ୍ତି, କଣିହାଁ କୋଇଲାଖଣି ପ୍ରକଳ୍ପ ଦ୍ୱାରା ଜମି ଅଧିଗ୍ରହଣ କରାଯାଇଛି। ୩ଟି ପର୍ଯ୍ୟାୟରେ ୭୮ଭାଗରୁ ଅଧିକ ଚାଷ ଜମି, ଘରବାରି ଓ ଘର କଣିହାଁ ଖୋଲାମୁହଁ କୋଇଲାଖଣି ପ୍ରକଳ୍ପ ଦ୍ବାରା ଅଧିଗ୍ରହଣ ହୋଇଛି। ଇତି ମଧ୍ୟରେ ଏମସିଏଲ ୨୦୧୯ ମସିହାରେ ୨୦ଜଣ ଏବଂ ୨୦୨୪ ମସିହାରେ ୨ଜଣଙ୍କୁ ନିଯୁକ୍ତି ଦେଇଛି। ବଳକା ପରିବାରର କାହାକୁ ନିଯୁକ୍ତି ମିଳିନାହିଁ। କିନ୍ତୁ ପ୍ରଶାସନ ସହାୟତାରେ ଜେଆଇପିଏଲ କୋଇଲା ପରିବହନ ପାଇଁ ବେଆଇନ ଭାବରେ ବାଇପାସ ରାସ୍ତା ନିର୍ମାଣ କରୁଛି, ଯାହାକୁ ବିରୋଧ କରିଛନ୍ତି ଗ୍ରାମବାସୀ।

Share

Leave a Reply