ବିସ୍ଥାପନ ପୂର୍ବରୁ ଥଇଥାନ କରିବା ଦାବିରେ ହାକିମପଡ଼ାବାସୀଙ୍କ ବିକ୍ଷୋଭ

You are currently viewing ବିସ୍ଥାପନ ପୂର୍ବରୁ ଥଇଥାନ କରିବା ଦାବିରେ ହାକିମପଡ଼ାବାସୀଙ୍କ ବିକ୍ଷୋଭ

ଅନୁଗୁଳ: ହାକିମପଡ଼ା ୱାର୍ଡ ନଂ.୧୩ ଓ ୧୪ର ଅଧିବାସୀଙ୍କୁ ବିସ୍ଥାପିତ କରିବା ପୂର୍ବରୁ ସ୍ଥାୟୀ ଭାବେ ଥଇଥାନ କରିବା ଦାବିରେ ଉଭୟ ପଡାର ପୁରୁଷ ଓ ମହିଳା ବଜାର ପରିକ୍ରମା କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଶାସନ ତରଫରୁ ଏନଫୋର୍ସମେଣ୍ଟ ଲଗାଇ ବସ୍ତିବାସିନ୍ଦାଙ୍କୁ ଭୟଭୀତ କରି ୧୪ ନଂ. ୱାର୍ଡର ପ୍ରାୟ ୭ଟି ଘର ଭଙ୍ଗା ଯାଇଥିବାରୁ ଏବଂ ବାକି ଘରଗୁଡିକ ୩ଦିନ ମଧ୍ୟରେ ଭାଙ୍ଗିବାର ଭୟ ଦେଖାଉଥିବାରୁ ଆଜି ସେମାନେ ବାଧ୍ୟହୋଇ ବିକ୍ଷୋଭ ରାସ୍ତାକୁ ଆସିଥିଲେ। ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ଦିନ ଧରି ବିଭିନ୍ନ ଆଧାର କାର୍ଡ, ରାସନ କାର୍ଡ ଓ ଭୋଟର କାର୍ଡ ସହିତ ମ୍ୟୁନିସିପାଲିଟିର ଜନସାଧାରଣ ଭାବେ ପରିଚିତ ଉକ୍ତ ୨ଟି ୱାର୍ଡର ଅଧିବାସୀଙ୍କୁ ସ୍ଥାୟୀଭାବେ ଥଇଥାନ ନକରି ସୌନ୍ଦର୍ଯ୍ୟକରଣ ନାମରେ ଜୋର ଜବରଦସ୍ତ ବିସ୍ଥାପନ କରିବା ନୀତିକୁ ନିନ୍ଦା କରାଯାଇଛି।
ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ସଂଗଠିକା ଜ୍ୟୋତ୍ସ୍ନା ସାମଲଙ୍କ ନେତୃତ୍ଵରେ ଆୟୋଜିତ ଏହି ବିକ୍ଷୋଭରେ ସମାଜସେବୀ କ୍ରିଷ୍ଣା ମହାନ୍ତି, ଲିପିକା ମହାପାତ୍ର, ପ୍ରବୋଧ କୁରମା ସ୍ୱାଇଁ, ମୀନାକ୍ଷୀ ଅମାନ୍ତ, ମମତା ଦାସ, ସନ୍ତୋଷ ଅମାନ୍ତ, ମନୋରମା ନାୟକ, ନବକିଶୋର ପ୍ରଧାନ, ସଂଗଠକ ନାରାୟଣ ନାୟକ ପ୍ରମୁଖ ଯୋଗଦେଇ ଥଇଥାନ ନ କରି ଉଚ୍ଛେଦ କଲେ ଆଗାମୀ ଦିନରେ ଦୀର୍ଘସ୍ଥାୟୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Share

Leave a Reply