ଅନୁଗୁଳ: ବୁଧବାର ଦିନ ଅନୁଗୁଳର ସମସ୍ତ ଛୋଟ ବଡ଼ ବ୍ୟବସାୟୀ ମାନେ ସିଟି ଏବଂ ଜିଏସ୍ଟି ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ଧନତେରସ ସମୟରେ ଜୟପୁର ର ବିଶିଷ୍ଟ ସୁନା ବ୍ୟବସାୟୀ ଭି.ହରିପ୍ରସାଦଙ୍କ ଦୋକାନ ଉପରେ ସ୍ଥାନୀୟ ଜିଏସ୍ଟି ବିଭାଗ ପକ୍ଷରୁ ଯେଭଳି ଅତର୍କିତ ଚଢ଼ାଉ କରାଗଲା ଏବଂ ଏଥିରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଲା ତାର ପ୍ରତିବାଦ କରିଥିଲେ। ବିନା ନୋଟିସରେ ଜିଏସ୍ଟି ଚଢ଼ାଉ କରାଯିବା ଘଟଣାକୁ ବ୍ୟବସାୟୀ ମାନେ ନିନ୍ଦା କରିବା ସହ ଏହାକୁ ବନ୍ଦ କରିବା ପାଇଁ ଦାବି କରିଥିଲେ।ପର୍ବପର୍ବାଣୀ ସମୟରେ ବିଶେଷ କରି ଧନତେରସ ସମୟରେ ଏଭଳି ଚଢ଼ାଉ ସୁନା ବ୍ୟବସାୟୀଙ୍କୁ ହତାଶ କରୁଥିବା ସେମାନେ ଦର୍ଶାଇ ଥିଲେ।
ଦାବି ନେଇ ବ୍ୟବସାୟୀ ମାନେ ବିଭାଗୀୟ ମୁଖ୍ୟଙ୍କୁ ଏକ ସ୍ମାରକ ଦେଇଥିଲେ।ଏହି ବିକ୍ଷୋଭ ସଭାରେ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନର ସଭାପତି ଦୀପକ ବର୍ମା,ପୂର୍ବତନ ସଭାପତି ଅଶୋକ ଜୈନ୍,ସମ୍ପାଦକ ନୀଳାଞ୍ଚଳ ପ୍ରଧାନ,ସୁନିଲ କୁମାର ସାହୁ,ଅଜୟ କୁମାର ସାହୁ,ପ୍ରଦ୍ୟୁମ୍ନ କୁମାର ନନ୍ଦ,ବଜରଙ୍ଗ ଲାଲ ଅଗ୍ରୱାଲ,ବଜରଙ୍ଗ ଲାଲ ମାଣ୍ଡୋଠିଆ ଓ ଅନ୍ୟ ବହୁ ବ୍ୟବସାୟୀ ଉପସ୍ଥିତ ଥିଲେ।ବିକ୍ଷୋଭକୁ ସମର୍ଥନ କରି ବୁଧବାର ଅନୁଗୁଳ ସହରରେ ସମସ୍ତ ସୁନା ଦୋକାନ ବନ୍ଦ ରହିଥିଲା ।