ୱାର୍ଡର ବିଭିନ୍ନ ସମସ୍ୟାର ସମାଧାନ ଦାବି: ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅଧିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

You are currently viewing ୱାର୍ଡର ବିଭିନ୍ନ ସମସ୍ୟାର ସମାଧାନ ଦାବି: ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅଧିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ୯ ଦଫା ଦାବି ନେଇ ଅନୁଗୁଳ ପୌରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ୱାର୍ଡର ଅଧିବାସୀ ଆଜି ଏକ ରାଲିରେ ବଜାର ପରିକ୍ରମା କରି ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ତାଙ୍କ ଦାବିଗୁଡ଼ିକ ହେଉଛି, ପୌରାଞ୍ଚଳ ବିଭିନ୍ନ ୱାର୍ଡର ରାସ୍ତା ଏବଂ ଡ୍ରେନର ମରାମତି, ରାସ୍ତା ନିର୍ମାଣ, ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା, ସରକାରୀ ଯୋଜନା ମୁତାବକ ପ୍ରତ୍ୟେକଙ୍କୁ ଘରଡିହ ଏବଂ ଗୃହ ନିର୍ମାଣ ବ୍ୟବସ୍ଥା କରାଇବା, ପୌରାଞ୍ଚଳରୁ ଅନ୍ୟାୟ ଭାବେ ଆଦାୟ କରାଯାଉଥିବା ବର୍ଦ୍ଧିତ ହୋଲଡିଂ କର ଓ ଆଦାୟ ହୋଇଥିବା ବର୍ଦ୍ଧିତ କର ଟଙ୍କା ଫେରସ୍ତ କରିବା।
ଏହି ଦାବିକୁ ତୁରନ୍ତ ପୂରଣ କରିବାକୁ ବିଭିନ୍ନ ୱାର୍ଡର ବାସିନ୍ଦା ବିକ୍ଷୋଭ କରିଛନ୍ତି।

Share

Leave a Reply