ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଗ୍ରାମବାସୀ ସୋମବାର ନାଲକୋର ଉତ୍କଳ ଡି କୋଲ୍ ବ୍ଲକ୍ କୋଇଲା ଖଣି ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସୂଚନା ଯେ, ଉତ୍କଳ ଡି କୋଲ୍ ବ୍ଲକ୍ କୋଇଲା ଖଣିକୁ ରାଷ୍ଟ୍ରାୟତ ଉଦ୍ୟାୋଗ ନାଲକୋ ଲିଜ୍ ରେ ନେଇ ମୈତ୍ରୀ ନାମକ ଏକ ଘରୋଇ କମ୍ପାନୀ ସହିତ ଚୁକ୍ତି ସ୍ୱାକ୍ଷରିତ କରିଛି। ଏହି ମୈତ୍ରୀ କମ୍ପାନୀ ମାଟି ଓ କୋଇଲା ଖନନ ଆରମ୍ଭ କରିଛି। ତେବେ ଆଜି ପର୍ଯ୍ୟନ୍ତ ପ୍ରାୟ ୬୦ ଭାଗ ଜମିହରା କ୍ଷତିଗ୍ରସ୍ତ କ୍ଷତିପୂରଣ ଟଙ୍କା ପାଇ ନାହାନ୍ତି। ନାଲକୋ କିମ୍ବା ମୈତ୍ରୀ କମ୍ପାନୀ କ୍ଷତିଗ୍ରସ୍ତଙ୍କୁ କୌଣସି ନିଯୁକ୍ତି ପ୍ରଦାନ କରୁ ନାହାଁନ୍ତି। କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ନିଯୁକ୍ତି ପାଇଁ କ୍ଷତିଗ୍ରସ୍ତମାନେ ଆନ୍ଦୋଳନ କରୁଛନ୍ତି। ତେବେ ଏହି ଆନ୍ଦୋଳନକୁ ଚପାଇବା ପାଇଁ କ୍ଷତିଗ୍ରସ୍ତଙ୍କ ନାମରେ ମିଛ ମାମଲା ରୁଜୁକରି ପୋଲିସ ଭୟ ଦେଖାଇ ପ୍ରକାରାନ୍ତରେ ଧମକ ଦିଆଯାଉଛି ବୋଲି କ୍ଷତିଗ୍ରସ୍ତମାନେ ପ୍ରକାଶ କରିଛନ୍ତି।
ନାଲକୋ କୋଇଲା ଖଣି ସାମ୍ନାରେ ଆନ୍ଦୋଳନ
- Post published:February 21, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
Tags: Angul
You Might Also Like
ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ବୁଲିଲେ ଅନୁଗୁଳ ଗସ୍ତରେ ଥିବା ୫ଟି ସଚିବ: ଭିଡିଓ କଲିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ‘ମୋ ହସ୍ପିଟାଲ’ ଯୋଜନାରେ ସାମିଲ କରିବାକୁ ଦେଲେ ପ୍ରତିଶ୍ରୁତି
ବିଳମ୍ବିତ ରାତିରେ ଅନୁଗୁଳରେ ଏନକାଉଣ୍ଟର, କୁଖ୍ୟାତ କ୍ଷୀରୋଦ ନାୟକ ଗୁରୁତର


