ବିଳମ୍ବିତ ରାତିରେ ଅନୁଗୁଳରେ ଏନକାଉଣ୍ଟର, କୁଖ୍ୟାତ କ୍ଷୀରୋଦ ନାୟକ ଗୁରୁତର

You are currently viewing ବିଳମ୍ବିତ ରାତିରେ ଅନୁଗୁଳରେ ଏନକାଉଣ୍ଟର, କୁଖ୍ୟାତ କ୍ଷୀରୋଦ ନାୟକ ଗୁରୁତର

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ପୁଣି ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି।

ସୂଚନାନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଛେଣ୍ଡିପଦା ପୋଲିସ କ୍ଷୀରୋଦ ନାୟକକୁ ଧରିବା ପାଇଁ ଟାଉନ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ସହାୟତା ଲୋଡ଼ିଥିଲା।ପୋଲିସକୁ ଦେଖି ସୁଶାନ୍ତ କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚା ଭିତରକୁ ପଶି ଯାଇଥିଲା। ତାକୁ ଧରିବା ପାଇଁ ଛେଣ୍ଡିପଦା ପୋଲିସ, ଅନୁଗୁଳ ଟାଉନ ପୋଲିସ ଏବଂ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରିଥିଲେ। ପୋଲିସ ଏବଂ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ାଉ ବେଳେ କ୍ଷୀରୋଦ ପୋଲିସ ଉପରକୁ ୩ ଗୋଟି ଗୁଳି ଚାଳନା କରି ଖସି ଯିବାକୁ ଉଦ୍ୟମ କରିଥିଲା। ପୋଲିସ ପାଲଟା ଜବାବ ଦେବାରୁ କ୍ଷୀରୋଦ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା ଓ ସେ ପଡ଼ି ଯାଇଥିଲା। କ୍ଷୀରୋଦକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତର ଘର ଛେଣ୍ଡିପଦା ଅଞ୍ଚଳରେ। କ୍ଷୀରୋଦ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାଯାଇଛି।

Share

Leave a Reply