ପ୍ରାକ୍ତନ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୁଦୀପ୍ତ ସ୍ୱାଇଁଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର:ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକଙ୍କ ସୂଚନା

You are currently viewing ପ୍ରାକ୍ତନ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୁଦୀପ୍ତ ସ୍ୱାଇଁଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର:ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକଙ୍କ ସୂଚନା

ଅନୁଗୁଳ: ପ୍ରାକ୍ତନ ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି। ରାଜ୍ୟ ବିଜେପି ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ ଆଜି ଏନେଇ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ସୁଦୀପ୍ତ ସ୍ୱାଇଁଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ପରିବର୍ତ୍ତିତ ପରିସ୍ଥିତି ଓ ଅନୁଗୁଳ ଜିଲ୍ଲା ବିଜେପି ସଭାପତିଙ୍କ ପରାମର୍ଶକ୍ରମେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଗଲା ବୋଲି ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ ଜଣାଇଛନ୍ତି।

Share

Leave a Reply