ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା: ଅନୁଗୁଳରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

You are currently viewing ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା: ଅନୁଗୁଳରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ଅନୁଗୁଳ: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ପରିଚାଳନାରେ ବିଫଳତା ପ୍ରତିବାଦରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଗର୍ଜନ। ବୁଧବାର ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ବଜାର ଛକରେ ପହଞ୍ଚିଥିଲା। ସେଠାରେ ଦଳୀୟ ନେତା ଓ କର୍ମୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ପରିଚାଳନାରେ କେନ୍ଦ୍ର ସରକାରଙ୍କ ଅପାରଗତା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ଶିକ୍ଷାମନ୍ତ୍ରୀ ନୈତିକତା ଦୃଷ୍ଟିରୁ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦେବାକୁ ଦାବି ହୋଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତପନ ପ୍ରଧାନ, ପ୍ରଫୁଲ୍ଲ ଦାସ, ନୀଳକଣ୍ଠ ନାଏକଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ପରୀକ୍ଷା ବାତିଲ ଓ ସ୍ୱଚ୍ଛ ତଦନ୍ତ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ଚେତାବନୀ ଦେଇଛି।

Share

Leave a Reply