ଅନୁଗୁଳ: ଆଜି ଅମଲାପଡା ପଡିଆରେ ବାସନ୍ତୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା। ସକାଳବେଳା ସୂର୍ଯ୍ୟପୂଜା, ଗୋପୂଜା, ଚଣ୍ଡୀପାଠ, ହୋମ, ଆଳତୀ, ପୁଷ୍ପାଞ୍ଜଳି ପରେ ସନ୍ଧ୍ୟାରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ରଘୁନାଥପାଲି ବିଧାୟକ ଦୁର୍ଗାବଚରଣ ତନ୍ତୀ ପ୍ରମୁଖ ପୂଜା ମଣ୍ଡପ ବୁଲି ଦେଵୀ ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ବାସନ୍ତୀ ଦୁର୍ଗାପୂଜା ପଡିଆରେ ପୂଜା ବ୍ୟତୀତ ଯୋଗ, ସମରକଳା, ଆଲୋଚନାଚକ୍ର ଏବଂ ବିଭିନ୍ନ ସ୍କୁଲ ର କ୍ରୀଡ଼ା ପ୍ରତିଯୋଗିତା ଆଦି ଆୟୋଜିତ ହେଉଥିବା ଶୁଣି ମନ୍ତ୍ରୀ ଶ୍ରୀ ପ୍ରଧାନ ଆନନ୍ଦ ପ୍ରକାଶ କରିଥିଲେ। ସନ୍ଧ୍ୟାରେ ବାସନ୍ତୀ ସାଂସ୍କୃତିକ ମଣ୍ଡପ ରେ ଦୁଷ୍ୟନ୍ତ କୁମାର ନାଥଙ୍କ ତତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ଟାଇକୁଣ୍ଡୁ, ସ୍କୟେ ଆଦି ସମରକଳାର ବିଭିନ୍ନ ଖେଳ ପ୍ରଦର୍ଶନ କରିଥିଲେ।
ଏହାପରେ ମେଲୋଡି଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟନାୟକ, ସମ୍ପାଦକ ଅନୁପ କୁମାର ମହାନ୍ତି ଏବଂ ଉପଦେଷ୍ଟା ଆଇନଜୀବୀ ପ୍ରଦୀପ କୁମାର ଦେବତାଙ୍କ ତତ୍ୱାବଧାନରେ ସମାରୋହ ଆୟୋଜିତ ହୋଇଥିଲା। ସନ୍ଧ୍ୟାରେ ମହାଷ୍ଟମୀ ପୂଜା ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ବିଶେଷ କରି ଫୁଡ ଫେଷ୍ଟିଭାଲ ରେ
ଗୁପଚୁପ, ଚାର୍ଟ ଓ ଆଇସକ୍ରିମ ଖାଇବାକୁ ପିଲାମାନଙ୍କ ଗହଳି ଲାଗିଥିଲା। ମହାନବମୀ ରେ ସକାଳ ବେଳା ରକ୍ତଦାନ ଶିବିର ଏବଂ ମଧ୍ୟାହ୍ନରେ ନବକୁମାରୀ ପୂଜା ଆୟୋଜିତ ହେବ।