ସୁରକ୍ଷା ନିୟମ ଭାଙ୍ଗି ରେଙ୍ଗାଳୀ ଡ୍ୟାମ ଉପରେ ବିଜେଡିର ଗାଡ଼ି ଚଳାଚଳକୁ ବିଜେପିର ତୀବ୍ର ବିରୋଧ, ଥାନାରେ ଏତଲା

You are currently viewing ସୁରକ୍ଷା ନିୟମ ଭାଙ୍ଗି ରେଙ୍ଗାଳୀ ଡ୍ୟାମ ଉପରେ ବିଜେଡିର ଗାଡ଼ି ଚଳାଚଳକୁ ବିଜେପିର ତୀବ୍ର ବିରୋଧ, ଥାନାରେ ଏତଲା

ରେଙ୍ଗାଳୀ: ସୁରକ୍ଷା ନିୟମ ଭାଙ୍ଗି ରେଙ୍ଗାଳୀ ଡ୍ୟାମରେ ଶାସକ ଦଳର ଗାଡ଼ି ଚଳାଚଳକୁ ବିଜେପି ତୀବ୍ର ବିରୋଧ କରିଛି। ବିଜେପି ପକ୍ଷରୁ ଆଜି ରେଙ୍ଗାଳୀ ଡ୍ୟାମ୍ ଅଫିସ ଘେରାଉ କରାଯିବା ସହ ଥାନାରେ ଏତଲା ଦିଆଯାଇଛି।
ବିଜେପି ଅଭିଯୋଗ କରିଛି ଯେ ପଚିଶ ବର୍ଷ ଧରି ଚାଲିଥିବା ନିୟମକୁ ଶାସକ ଦଳ ଫୁ କରି ଦେଇଛି। ସୁରକ୍ଷା ଦୃଷ୍ଟିରୁ ରେଙ୍ଗାଳୀ ବନ୍ଧ ଉପରେ ଭାରିଯାନ ଚଳାଚଳ ବନ୍ଦ ରହିଛି। କଡ଼ା ନିୟମ କାରଣରୁ ସ୍ଥାନୀୟ ଲୋକ ମଧ୍ୟ ଘୋର ସମସ୍ୟା ଦେଇ ଗତି କରୁଛନ୍ତି। ଏମିତିକି ମେଡିକାଲ ଯିବା ପାଇଁ ମଧ୍ୟ ଲୋକଙ୍କୁ ଅନୁମତି ମିଳୁ ନାହିଁ। ଲୋକେ ପାଞ୍ଚ କିଲୋମିଟର ଚାଲି ଚାଲି ଯାଉଛନ୍ତି।

କିନ୍ତୁ ଆଜି ଭି କେ ପାଣ୍ଡିଆନଙ୍କ ଖମାର ଗସ୍ତ ସମୟରେ ରେଙ୍ଗାଳୀ ଡ୍ୟାମ ଉପରେ ଶାସକ ଦଳର କର୍ମୀ ଜବରଦସ୍ତି ୯ ଟି ବସ୍ ନେଇଛନ୍ତି। ଏଥିପାଇଁ ରେଙ୍ଗାଳୀ ଡ୍ୟାମ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା କିଭଳି ଅନୁମତି ଦେଇଛନ୍ତି ବୋଲି ବିଜେପି ନେତା ଅଶୋକ ମହାନ୍ତି ପ୍ରଶ୍ନ କରିଛନ୍ତି। ଏଥିସହ କାର୍ଯ୍ୟାଳୟ ଘେରାଉ କରିବା ସହିତ ରେଙ୍ଗାଳୀ ଥାନାରେ ଶ୍ରୀ ବେହେରାଙ୍କ ନାମ ରେ ବିଜେପି ପକ୍ଷରୁ ଏତଲା ଦିଆଯାଇଛି।
ଏ ଅବସରରେ ଜିଲ୍ଲା ଉପସଭାପତି ନୃସିଂହ ବରାଳ, ମଣ୍ଡଳ ସଭାପତି ତ୍ରିପୁରାରି ପ୍ରଧାନ, ଶତ୍ରୁଘ୍ନ ପ୍ରଧାନ, ଜିଲ୍ଲା କମିଟି ସଦସ୍ୟ ସୁମନ୍ତ ପ୍ରଧାନ, ଆଡଭୋକେଟ ପରମ ବିଳାଶ, ତରୁଣ ସାମଲ, ସୁଧାକର ସାମଲ, ମିନା ସାମଲ, ରାଜେନ୍ଦ୍ର ସାମଲ, ପରମା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply