ଅନୁଗୁଳ: ଗତ ୨୦ ତାରିଖରେ ଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ଶାଖା ସଙ୍ଘ ପିଟିସିର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହେବା ସହ ୨୧ ତାରିଖରୁ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷିତ ହୋଇଛି। ଏହି ନିର୍ଵାଚନରେ ଆର୍ତତ୍ରାଣ ସ୍ୱାଇଁ ସଭାପତି,ମନମୋହନ ପରିଡା, ଉପସଭାପତି,ସସ୍ମିତା ବେହେରା ସମ୍ପାଦକ,ଟୁଟୁ ସାହୁ ଓ ଵାଳକୃଷ୍ଣ ସାହୁ ସହ ସମ୍ପାଦକ ଓ ସରୋଜ କୁମାର ସାମଲ କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି।ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ରୂପେ କ୍ଷିତୀଶ ଚନ୍ଦ୍ର ପ୍ରଧାନ,ଘନଶ୍ୟାମ ପାତ୍ର, ଗୁମାନସିଂହ ତିମିଲିସିନା,ସରୋଜ କୁମାର ଗଡ଼ନାୟକ ଓ ଦୁଷ୍ମନ୍ତ କୁମାର ପ୍ରଧାନ ନିର୍ବାଚିତ ହୋଇଥିଲଲ। ପିଟିସି ପ୍ରିନ୍ସିପାଲ ନିର୍ବାଚନ ପରିଚାଳନା କରିଥିଲେ।
ଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଙ୍ଘ, ପିଟିସିର କର୍ମକର୍ତା ନିର୍ବାଚନଓଡିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଙ୍ଘ, ପିଟିସିର କର୍ମକର୍ତା ନିର୍ବାଚନ
