ନିମ୍ନମାନର ରାସ୍ତା କାର୍ଯ୍ୟ ନେଇ ଜନ ଅସନ୍ତୋଷ

You are currently viewing ନିମ୍ନମାନର ରାସ୍ତା କାର୍ଯ୍ୟ ନେଇ ଜନ ଅସନ୍ତୋଷ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ରେ ଲକ୍ଷାଧ୍ୟକ ଟଙ୍କାର ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ନେଇ ଜନଅସନ୍ତୋଷ ବୃଦ୍ଧି ପାଇଛି। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗୁରୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ମନୋହରପୁର ଗ୍ରାମଠାରୁ ବିମଳବେଡ଼ା ବିସ୍ଥାପିତ କଲୋନୀ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ରାସ୍ତା ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଗେଟି, ମୋରମ ପକାଯିବା ପରିବର୍ତ୍ତେ ମାଟି ପକାଇ ମାତ୍ର ୨୦୦ ମିଟର ପର୍ଯ୍ୟନ୍ତ ରାସ୍ତା କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶ୍ରମିକ ବଦଳରେ ମେସିନ୍ ଲଗାଇ କାମ ହୋଇଛି । ରାସ୍ତାର ଦୈର୍ଘ୍ୟ ଏକ କିଲୋମିଟର ପର୍ଯ୍ୟନ୍ତ ରହିଥିବା ବେଳେ ସାମାନ୍ୟ ମାଟି ପକାଇ ଦୁଇ ଶହ ମିଟର କାମ କରି ସରକାରୀ ଅନୁଦାନ ଚଳୁ କରି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ବିଡିଓ ଶିବଶରଣ ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ରାସ୍ତା ଦୁର୍ନୀତି ବିଷୟରେ ଅବଗତ ନାହାନ୍ତି ଏବଂ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।

Share

Leave a Reply