ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ଜାଣନ୍ତୁ କେବେ କେଉଁଠିକୁ ଯିବେ ଅଭିଯୋଗ କରିବାକୁ

You are currently viewing ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ଜାଣନ୍ତୁ କେବେ କେଉଁଠିକୁ ଯିବେ ଅଭିଯୋଗ କରିବାକୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଅଗଷ୍ଟ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅଗଷ୍ଟ ମାସ ୭ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୪ ତାରିଖ (ସୋମବାର) ପୂର୍ବାହ୍ନ ୧୦ଟାରେ ଜିଲ୍ଲା କାର୍ଯ୍ୟାଳୟ, ୨୧ ତାରିଖ (ସୋମବାର) ପୂର୍ବାହ୍ନ ୧୦ଟାରେ କିଶୋରନଗର ବ୍ଲକ୍‌ କାର୍ଯ୍ୟାଳୟ, ୨୮ ତାରିଖ (ସୋମବାର) ପୂର୍ବାହ୍ନ ୧୦ଟାରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।

ଏହି ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜଣାଇ ଦିଆଯାଉଛି।

Share

Leave a Reply