ବେଆଇନ୍‌ ପାର୍କି˚ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

You are currently viewing ବେଆଇନ୍‌ ପାର୍କି˚ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ଅନୁଗୁଳ: ଅନୁଗୁଳରେ ଅନେକ ନିର୍ମାଣ କାର୍ଯ୍ୟ ହେଉଛି। ସୌନ୍ଦର୍ଯ୍ୟକରଣ କାମ ହେଉଛି କିନ୍ତୁ ଟ୍ରାଫିକ୍‌ ବ୍ୟବସ୍ଥା ଯେମିତି କି ସେମିତି। ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଯୋଗୁଁ ସହରର ରାସ୍ତାଘାଟ ସଙ୍କୁଚିତ ହେଉଛି। ଦୁର୍ଘଟଣା ଘଟୁଛି ଏବ˚ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ସେହିପରି ଜୁଭେନାଇଲ୍‌ ଜେଲ୍‌ ଛକରୁ ପଞ୍ଚାୟତ ଇଣ୍ତଷ୍ଟ୍ରି ଛକ ରାସ୍ତାର ଉଭୟ ପାର୍ଶ୍ବରେ ବଡ଼ ବଡ଼ ଗାଡ଼ି ଯଥା ବସ୍‌ ଟ୍ରକ୍‌ ଟ୍ରାକ୍ଟର ତଥା ୪ ଚକିଆ ଯାନ ବେଆଇନ୍‌ ପାର୍କି˚ କରୁଛନ୍ତି। କେତେକ ବସ୍‌ ଟ୍ରକ୍‌ ଅଚଳ ଅବସ୍ଥାରେ ଛାଡ଼ି ଦିଆଯାଇଛି। ଏହା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଅଚଳ ଟ୍ରକ୍‌ ବସ୍‌ ତଳୁ ବୁଲା କୁକୁର ଘୁଷୁରି ହଠାତ୍‌ ରାସ୍ତା ମଝିକୁ ଚାଲି ଆସୁଥିବାରୁ ଦୁର୍ଘଟଣା ଘଟୁଛି। ଏବେ କିଛି ପରିବା ଦୋକାନୀ ମଧ୍ୟ ରାସ୍ତା ଦୁଇପଟେ ବସି ପରିବା ବିକୁଛନ୍ତି। ଏହାଦ୍ବାରା ରାସ୍ତା ସ˚କୁଚିତ ହେଉଛି। ଏଥିନେଇ କାହାରି ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟଜନକ ମନେ ହୁଏ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଇ ବେହାଲ୍‌ ଟ୍ରାଫିକ୍‌ ବ୍ୟବସ୍ଥାକୁ ସଜାଡ଼ିବାକୁ ବହୁ ଲୋକ ଦାବି କରୁଛନ୍ତି।

Share

Leave a Reply