ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଚଳିତ ମାସ ୨୩ ତାରିଖରୁ ୩ଦିନ ଧରି ପଲସ୍ ପୋଲିଓ ଟୀକା କରଣ ଅଭିଯାନ ଆରମ୍ଭ ହେବ। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷ୍ୟତରେ ମଙ୍ଗଳବାର ଜିଲ୍ଲା କାର୍ଯ୍ୟ।ଳୟର କୋର୍ଟ ରୁମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଯେପରି ଜଣେ କେହି ଶିଶୁ ପୋଲିଓ ଟୀକା କରଣରୁବଞ୍ଚିତ ନ ହୁଅନ୍ତି ସେଥ୍ ପାଇଁ ଏହି ଜାତୀୟ କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀ ମାନେ ବିଶେଷ ଯତ୍ନବାନ ହେବାକୁ ଡା ପ୍ରଧାନ ପରାମର୍ଶ ଦେଇଛନ୍ତି। ୫ ବର୍ଷ ବୟସରୁ କମ୍ ୧ ଲକ୍ଷ ୧୬ ହଜାର ୭୯୬ ଜଣ ଶିଶୁଙ୍କୁ ଟୀକା କରଣ କରାଯିବ। ଜାନୁଆରୀ ୨୩ ତାରିଖରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ,ଅଙ୍ଗନୱାଡିକେନ୍ଦ୍ର ଓ ବିଦ୍ୟାଳୟରେ ହୋଇଥିବା ବୁଥ୍ ଗୁଡିକରେ ଟୀକା କରଣ କରାଯିବ। ଏଥି ପାଇଁ ୫୯୭ଟି ବୁଥ୍ ଚିହ୍ନଟ କରାଯାଇଛି। ପରବର୍ତୀ ୨ଦିନ ୨୪ ଓ ୨୫ ତାରିଖରେ ଘରକୁ ଘର ବୁଲି ଟୀକା କରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥି ପାଇଁ ୧୯ଟି ମୋବାଇଲ୍ ଟିମ୍, ୩୬ଟି ଟ୍ରାଞ୍ଜିଟ୍ ଟିମ ଏବଂ ୨୪୯୮ଜଣ ଟୀକାଦାତା ନିୟୋଜିତ ହେବେ। ପ୍ରଥମ ଦିନରେ ଜିଲ୍ଲାରେ ୮୦ ପ୍ରତିଶତ ଶିଶୁଙ୍କୁ ଟୀକା କରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି। ଏହି ଅଭିଯାନରେ ଅଙ୍ଗନୱ।ଡି, ଆଶ। କର୍ମୀ, ଶିକ୍ଷକ, ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଅନୁଷ୍ଠାନର ସ୍ଵେଚ୍ଛାସେବୀ ମାନଙ୍କୁ ସାମିଲ କରାଯିବ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସିନିୟର ମେଡିକାଲ୍ ଅଫିସର ଡକ୍ଟର ସନ୍ତୋଷ କୁମାର ସାହୁ, ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଜାନୁୟାରୀ ୨୩ରୁ ପଲସ୍ ପୋଲିଓ ଟୀକା କରଣ
- Post published:January 13, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul