ସମୟ ଅଭାବ ଯୋଗୁଁ ସାରାରାତି ଅନିଦ୍ରା ରହିଲେ ମହାପ୍ରଭୁ: ଦୁଇ ଘଣ୍ଟା ବିଳମ୍ବରେ ଚାଲିଛି ନୀତି

You are currently viewing ସମୟ ଅଭାବ ଯୋଗୁଁ ସାରାରାତି ଅନିଦ୍ରା ରହିଲେ ମହାପ୍ରଭୁ: ଦୁଇ ଘଣ୍ଟା ବିଳମ୍ବରେ ଚାଲିଛି ନୀତି

ପୁରୀ: ଯଥେଷ୍ଟ ସମୟ ପୁର୍ବରୁ ପ୍ରଶାସନ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି କଲା। ଯାତ୍ରା ଯେତେ ଶୃଙ୍ଖଳିତ ହୋଇପାରିବ ସବୁ ବ୍ୟବସ୍ଥା ହେଲା। ହେଲେ ନୀତି ଶୃଙ୍ଖଳିତ ହୋଇପାରିଲା ନାହିଁ। ଗତକାଲି ସମୟ ଅଭାବ ଯୋଗୁଁ ସାରାରାତି ମହାପ୍ରଭୁ ଅନିଦ୍ରା ରହିଲେ, ରାତ୍ର ପହୁଡ଼ ହୋଇ ପାରିଲାନାହିଁ। ଗତ ରାତି ଠାରୁ ନୀତି ଦୁଇ ଘଣ୍ଟା ବିଳମ୍ବରେ ଚାଲୁଛି। ସକାଳ ୫ଟା ୩୨ ମିନିଟରେ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ୫ଟା୩୫ରେ ସରିବା ପରେ  ୫ଟା୪୫ରେ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ୫ଟା୫୩ ମିନିଟରେ ବଳଭଦ୍ର ଓ ୬ଟା୬ ମିନିଟରେ ମା ସୁଭଦ୍ରା ଙ୍କ ପହଣ୍ଡି ଆରମ୍ଭ ହୋଇଥିଲା।

୬ଟା ୨୨ମିନିଟରେ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଧାଡି ପହଣ୍ଡିରେ ଶ୍ରୀଜୀଉମାନେ ରତ୍ନ ସିଂହାସନରୁ ଓଲ୍ହାଇ ଆସିବା ପରେ ସ୍ନାନ ମଣ୍ଡପରେ ବିଜେ ହୋଇଥିଲେ।
୭ଟା ୪୬ମିନିଟରେ ଜଳବିଜେ ହୋଇଥିଲା। ୮ଟା ୫୫ମିନିଟରେ ରୁଦ୍ଧା ଶେଷ ହେବା ପରେ ୯ଟା ବେଳେ ମଦନ ମୋହନ ବିଜେ ହୋଇଥିଲେ। ମେଘୁଆ ପାଗ ଭକ୍ତଙ୍କୁ ବେଶ ସୁହାଇଛି। ବଡ଼ି ଭୋରରୁ ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ଏହି ଦିବ୍ୟ ଦର୍ଶନ କରୁଛନ୍ତି। ସ୍ନାନ ପରେ ମହାପ୍ରଭୁ ହାତୀ ବେଶରେ ଦର୍ଶନ ଦେବେ। ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ।

Share

Leave a Reply