ପଞ୍ଚମୁଖୀ ମାର୍କେଟ ସାମନାରେ ଦୋକାନୀ ବାଡାବାଡ଼ି,ବୁଲିଲା କଟୁରୀ

You are currently viewing ପଞ୍ଚମୁଖୀ ମାର୍କେଟ ସାମନାରେ ଦୋକାନୀ ବାଡାବାଡ଼ି,ବୁଲିଲା କଟୁରୀ

ଅନୁଗୁଳ: ଅନୁଗୁଳ ସିମିଳିପଡ଼ା ପଞ୍ଚମୁଖୀ ମାର୍କେଟ ସାମନାରେ ଆଜି ସନ୍ଧ୍ୟାରେ ଦୁଇ ବ୍ୟବସାୟୀ ବାଡ଼ାବାଡି ହୋଇ ଗଡ଼ାତଡ଼ା ହେବା ଆତଙ୍କ ଖେଳାଇ ଦେଇଥିଲା।

ମାର୍କେଟର ବରା ବିକାଳୀ ଓ ଗୁପଚୁପ ବିକାଳୀଙ୍କ ମଧ୍ୟରେ ଅଇଁଠା ପତ୍ର ପକାଇବାକୁ ନେଇ କଥା କଟି ହେବା ପରେ ଅଣ ଓଡ଼ିଆ ଗୁପ୍‌ଚୁପ୍ ବିକାଳୀ ବରା ବିକାଳୀକୁ ଆକ୍ରମଣ କରିଥିଲା। ଏଥିରେ ତାର ଦୁଇ ସମର୍ଥକ ମଧ୍ୟ ଆସି କଟୁରୀ ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ। ଏହା ଦେଖି ମାର୍କେଟର ଜଣେ ଦୋକାନୀ ଗଣ୍ଡଗୋଳ ଛଡାଇବାକୁ ଆସି ଅଣ ଓଡ଼ିଆ ଦୃର୍ବୁତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ।

ଏହା ଦେଖି ପବ୍ଲିକ‌ରାଗି ଯାଇ ଅଣ ଓଡ଼ିଆ ଦୃର୍ବୁତ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।ଖବରପାଇ ଅନୁଗୁଳ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ତଦନ୍ତ ଆରମ୍ଭ କରିଛି।

Share

Leave a Reply