ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ପକ୍ଷରୁ ପୁରୁଣା ବସ୍ ଷ୍ଟାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପଲିଥିନ ଜରି ଓ ଥର୍ମୋକୁଲ ଥାଳି ତାଟିଆ ଜବତ କରାଯାଇଥିଲା ହୋଟେଲ,ରାସନ୍ ଦୋକାନ ଓ ଭେରାଇଟି ଷ୍ଟୋର ଗୁଡିକରେ ଚଢ଼ାଉ କରାଯାଇ ମୋଟ ୨୬,୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏଥି ସହିତ ଦୁଇଟି ବ୍ୟାଗ୍ ଦୋକାନୀ ସରକାରୀ ଯାଗାରେ ଦୋକାନ ଖୋଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାରୁ ସେ ଦୁହିଁଙ୍କୁ ତାଗିଦ୍ କରାଯାଇଥିଲା। ପୌରପାଳିକା ପରିମଳ ଅଧିକାରୀ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।
ପୁରୁଣା ଷ୍ଟାଣ୍ଡରେ ପୌରପାଳିକାର ଚଢ଼ାଉ ୨୬୩୦୦ ଟଙ୍କା ଫାଇନ ଆଦାୟ
- Post published:July 3, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
