ଅନୁଗୁଳ: ନିଜ ଜନ୍ମ କଲା ଝିଅକୁ ଅସଦାଚରଣ କଲା ବାପା। ଝିଅଟି ପାଇଁ ଦୁନିଆର ସବୁଠୁ ସୁରକ୍ଷିତ କୁହାଯାଉଥିବା ପୁରୁଷ ପାଲଟିଗଲା ତା ନିଜ ପାଇଁ ଅସୁର। ଯେଉଁ ବାପା ଝିଅକୁ ସୁରକ୍ଷା ଦେବା କଥା, ଅନ୍ୟ ଖରାପ ନଜରରୁ ଛୁଆକୁ ବଞ୍ଚାଇବା କଥା, ଆଜି ସେଇ ବାପା ଚେଷ୍ଟା କରିଛି ଇଜ୍ଜତ ନେବାକୁ। ଏଭଳି ଏକ ଲଜ୍ଜାଜନକ ତଥା ସମ୍ବେଦନଶୀଳ ଘଟଣା ଘଟିଛି ଅନୁଗୁଳ ସଦର ଥାନା ଅଞ୍ଚଳରେ। ଏଠାରେ ନିଜ ଝିଅକୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ପିଶାଚ ବାପାକୁ ବାନ୍ଧିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମାନବିକତା ଉପରୁ ବିଶ୍ୱାସ ଉଠିଗଲା ଭଳି ମନେ ହେଉଛି।
ସୂଚନା ମୁତାବକ, ୧୬ ବର୍ଷୀୟା ପୀଡ଼ିତା ନିଜ ବାପା ଓ ଜେଜେମାଙ୍କ ସହ ରହନ୍ତି। ତାଙ୍କ ମା’ ଅଲଗା ରୁହନ୍ତି। ଗତ ଶନିବାର ବାପା ଅଚାନକ ଆସି ବଢ଼ିଲା ଝିଅକୁ ବଳ ପୂର୍ବକ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲା। କୌଣସି ମତେ ଝିଅ ଖସି ଯାଇ ନିଜ ମାଉସୀକୁ ଏକଥା ଜଣାଇଲା। ଏନେଇ ମାଉସୀ ଗାଁରେ ସଭା ଡାକିଥିଲେ। ସଭାରେ ଥାନାରେ ଏତଲା ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା।
ଏ ନେଇ ଜାଣିବା ପରେ ଅଲଗା ରହୁଥିବା ମା’ ଆସି ଝିଅକୁ ଧରି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପରେ ରବିବାର ପୋଲିସ ପିଶାଚ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି।











