ଅନୁଗୁଳ: ଅନୁଗୁଳ ପ୍ରଶାସନର ବହୁମୁଖି ଟାସ୍କ ଫୋର୍ସ ପକ୍ଷରୁ ସହରର ବିଭିନ୍ନ ହୋଟେଲ୍ ଓ ଗ୍ୟାସ ଏଜେନ୍ସୀ ଉପରେ ଚଢ଼ାଉ କରାଯାଇଥିଲା। ମା ବୁଢ଼ୀ ଗ୍ୟାସ ଏଜେନ୍ସିରେ ଅନିୟମିତତା ପାଇଁ ୬୦ ହଜାର ଟଙ୍କା ଫାଇନ କରାଯାଇଥିବା ବେଳେ ରାଜଲକ୍ଷ୍ମୀ ହୋଟେଲ୍ କୁ ଲାଇସେନ୍ସ ଅଭାବରୁ ସିଲ୍ କରାଯାଇଥିଲା।
ସେହିଭଳି ପରଫେକ୍ଟ ରେଷ୍ଟୁରାଣ୍ଟ ଓ ହୋଟେଲ୍ ଇମେଜ ଇନ୍ କୁ ଦଶ ହଜାର ଟଙ୍କା ଫାଇନ କରାଯାଇଥିଲା।ଦୋକାନୀ ମାନେ ଟ୍ରେଡ ଲାଇସେନ୍ସ, ଫୁଡ୍ ଲାଇସେନ୍ସ ନକରି ବେପାର କରୁଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ଚଢ଼ାଉ କରାଯାଇଛି। ଏ ଚଢ଼ାଉ ଜାରିରହିବ ବୋଲି ଜଣା ପଡିଛି। ଚଢ଼ାଉକୁ ନେଇ ବ୍ୟବସାୟୀ ମହଲରେ ଆତଙ୍କ ଦେଖା ଦେଇଛି।ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।