ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କୁମଣ୍ଡ ଏବଂ ପ୍ରଗତି ନଗର ଅଞ୍ଚଳରେ ଗୁଟଖା ଦୋକାନ ଏବଂ ଖାଦ୍ୟ ଦୋକାନ ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ଡିପିଏଚ୍ଓ ଧନଞ୍ଜୟ ବେହେରା, ଏଫ୍ଏସ୍ଓ ହରପ୍ରିୟା ବେହେରା, ଡ୍ରଗ୍ ଇନ୍ସପେକ୍ଟର ଏଫ୍ଏସ୍ଓ ସୁମିତ୍ ସୌରଭ ପରିଡା, ଏମଟିଏସ୍ ନୀଳାମ୍ବର ପ୍ରଧାନ, ଅନୁଗୁଳ ପୋଲିସ ବିଭାଗ ସାମିଲ ଥିଲେ।
କୁମଣ୍ଡ ଏବଂ ପ୍ରଗତି ନଗର ଅଞ୍ଚଳରେ ବେପାର କରୁଥିବା ଖାଦ୍ୟର ସଫାସୁତୁରା, ବାସୀ ଖାଦ୍ୟ, ତେଲ, କଲର ଆଦି ଯାଞ୍ଚ କରାଯାଇଥିଲା। ଏଥିସହ ଗୁଟଖା ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ଉ କରି ୨୧ ଗୋଟି ଦୋକାନରୁ ଫାଇନ କରାଯାଇଛି।
ଖାଦ୍ୟ ଓ ଗୁଟଖା ଦୋକାନରେ ଅତର୍କିତ ଚଢ଼ଉ, ୨୧ ଦୋକାନକୁ ଫାଇନ୍
