ଅନୁଗୋଳ ଜିଲ୍ଲା ପାଇଁ ଯୁବ ବିଜେଡି ର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୌମକେଶ ରାଏଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜୁ ଯୁବ ଜନତା ଦଳର ଅନୁଗୁଳୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଜିଲ୍ଲାର ସମସ୍ତ ବ୍ଲକ , ପୌର ପରିଷଦ ଓ ଏନ୍ଏସି ପାଇଁ ଯୁବ ବିଜେଡି ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ କରିଛନ୍ତି। କଣିହା ବ୍ଲକ ପାଇଁ ସତ୍ୟବ୍ରତ ଦେହୁରୀ , ଆଠମଲ୍ଲିକ ବ୍ଲକ ପାଇଁ ଲିପୁନା ଭୂକ୍ତା , ତାଳଚେର ବ୍ଲକ ପାଇଁ ପ୍ରଦୀପ କୁମାର ପ୍ରଧାନ , ବଅଁରପାଳ ବ୍ଲକ ପାଇଁ ଜିତେନ୍ଦ୍ର କୁମାର ପ୍ରଧାନ , ଅନୁଗୁଳୁ ବ୍ଲକ ପାଇଁ ଅମିତ କୁମାର ଦାସ, ପାଲଲହଡା ବ୍ଲକ ପାଇଁ ରାଜେଶ କୁମାର ଦାସ , ଛେଣ୍ଡିପଦା ବ୍ଲକ ପାଇଁ ତାପସ କୁମାର ସାହୁ , କିଶୋର ନଗର ବ୍ଲକ ପାଇଁ ଲଖ୍ମୀଧର ସାହୁ , ଆଠମଲ୍ଲିକ ପାଇଁ ଅଶୋକ କୁମାର ସାହୁ , ଅନୁଗୋଳ ମୁନିସିପାଲିଟି ପାଇଁ ସୁଧୀର କୁମାର ନାଏକ ଓ ତାଳଚେର ମୁନିସିପାଲିଟି ପାଇଁ ପ୍ରଦୀପ କୁମାର ସାମଲ ଙ୍କୁ ଯୁବ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ପଂଚାୟତ ଏବଂ ମୁନିସିପାଲିଟି ନିର୍ବାଚନ ପୂର୍ବରୁ ଦଳକୁ ଅଧିକ ମଝଭୁତ ଓ ସକ୍ରୀୟ କରିବାକୁ ଜିଲ୍ଲା ସଭାପତି ଙ୍କ ଦ୍ବାରା ଏହି ପଦକ୍ଷେପ ନିଆଯାଇଛି | ଆଗାମୀ ସମୟରେ ଜିଲ୍ଲାର ସମସ୍ତ ୨୫୫ ଟି ପଂଚାୟତ ଓ ୫୫ ଟି ଓ୍ବାର୍ଡରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କରାଯିବା ସହିତ , ଓ୍ବାର୍ଡ ସଙ୍ଗଠନକୁ ଗୁରୁତ୍ତ୍ବ ଦିଆଯିବ ବୋଲି ଯୁବ ବିଜେଡି ଜିଲ୍ଲା ସଭାପତି ଦିନେଶ ପ୍ରଧାନ ସୂଚନା ଦେଇଛନ୍ତି |

online coaching

Leave A Reply

Your email address will not be published.