କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଦାବିରେ ବିଧାୟକଙ୍କ ଅନଶନ

You are currently viewing କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଦାବିରେ ବିଧାୟକଙ୍କ ଅନଶନ

ଅନୁଗୁଳ: ୧୭ ଜଣ ଜମିହରା ପ୍ରଜାଙ୍କ ସ୍ଥାୟୀ ନିଯୁକ୍ତି, ଥଇଥାନ, ପାରିପାର୍ଶ୍ବକ ଉନ୍ନୟନ ମୂଳକ କାର୍ଯ୍ୟ, କ୍ଷତିଗ୍ରସ୍ତଙ୍କ ଅର୍ଥନୀତି ଏବଂ ଅଭିବୃଦ୍ଧି ପାଇଁ ମେଣ୍ଟେନାନ୍ସ ଏବଂ କଣ୍ଟିଜେନ୍ସ ଶ୍ରମିକ ନିଯୁକ୍ତି ଆଦି ଦାବି ନେଇ ମଙ୍ଗଳବାର ପ୍ରକଳ୍ପ ମୁଖ୍ୟ ଫାଟକ ପାଖରେ ବିଭିନ୍ନ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜା ପୂର୍ବାହ୍ନ ୯ଟାରୁ ଆମରଣ ଅନଶନରେ ବସିଛନ୍ତି । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଛି । ବିଧାୟକଙ୍କ ଅଭିଯୋଗ ମୁତାବକ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ବିତିଲାଣି। ହେଲେ ଏନଟିପିସି କର୍ତ୍ତୃପକ୍ଷ ବିଜିଗୋଳ,କଣିହାଁ , ବାରଡ଼ାଙ୍ଗୁଆ, ଆମ୍ବପାଳ, କରଡ଼େଇ, କାଟେଣୀ, ଗଦାଶିଳା, ରଙ୍ଗବେଡ଼ା, ଟୋଲକବେଡ଼ା, ସାରଥୀପାଳ, ଭୀମକାଣ୍ଡ,, ଲୋଧାବନ୍ଧ, ବାଲିପଟା, ଟାକୁଆ, ପଥରମୁଣ୍ଡା, ଡ଼େରେଙ୍ଗ, ମଶୁଣିହତା, ନକନକା, ଦଣ୍ଡସିଂହା ଆଦି ଗ୍ରାମର ପ୍ରଜାଙ୍କୁ ଏନଟିପିସି କର୍ତୃପକ୍ଷ ଉପେକ୍ଷା କରି ଆସୁଛନ୍ତି । ନାଁ ଗାଁକୁ ଭଲ ରାସ୍ତା, ଲାଇଟ, ପାନୀୟ ଜଳ ଆଦି ମୌଳିକ ସୁବିଧାରୁ ଅଞ୍ଚବାସୀ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷରେ ମାସେ ପୂର୍ବରୁ ୧୭ ଜଣ ଜମିହରାଙ୍କ ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ତାଳଚେର ବିଧାୟକ ଅନଶନ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏନେଇ ଗତ ଜୁଲାଇ ୧୩ ତାରିଖରେ ଏନଟିପିସି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ମାସେ ଅନ୍ୟୁନ ପାଇଁ ସମୟ ମାଗିଥିଲେ । ମାସେ ବିତି ଯାଇଥିଲେ ମଧ୍ୟ ଏନଟିପିସି କର୍ତୃପକ୍ଷ ପ୍ରତିଶ୍ରୁତି ପାଳନ ନକରିବାରୁ ଆଜି ଠାରୁ ଅନିର୍ଦ୍ଦିଷ୍ଟ ସମୟ ତଥା ଦାବୀ ପୂରଣ ପର୍ଯ୍ୟନ୍ତ ଆମରଣ ଅନଶନ ଜାରିରହିବି ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି । ଅନଶନରେ ବିଧାୟକଙ୍କ ସହିତ ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ, ବିଜିଗୋଳ ସରପଞ୍ଚ ଦୁଃଶାସନ ସାହୁ, ସାନତ୍ରିବିଡ଼ା ସରପଞ୍ଚ ବାବୁଲି ସେଠୀ, ସୁଧାକର ପ୍ରଧାନ, ପାଣ୍ଡବ ସାହୁ, ସନ୍ତୋଷ କୁମାର ବେହେରା, ରୁଲେଇ ସାହୁ, ସୁରଥ ସାହୁ ଏବଂ କ୍ଷତିଗ୍ରସ୍ତ ପ୍ରଜା ଅନଶନରେ ବସିଛନ୍ତି ।

Share

Leave a Reply