ବେକେରୀ ଉପରେ ଚଢ଼ାଉ

You are currently viewing ବେକେରୀ ଉପରେ ଚଢ଼ାଉ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ଦ୍ବାରା  ଗୁରୁବାର ଅନୁଗୁଳ ଶିଳ୍ପାଞ୍ଚଳରେ ଥିବା ଏକ ବେକେରୀ ଉପରେ ଚଢ଼ାଉ କରାଯାଇଛି। ସୂଚନା ମୁତାବକ, ଅନୁଗୁଳ ବଜାରରେ ଏହି ବେକେରୀର କିଛି ପ୍ୟାକେଟ ଖାଦ୍ୟ ସାମଗ୍ରୀ ଯାଞ୍ଚ କରାଯାଇଥିଲା। ସେଗୁଡିକରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଓ ଏହାର ମିଆଦ କେତେଦିନ ନେଇ ପ୍ୟାକେଟରେ ସୂଚନା ରହି ନଥିଲା। ତେଣୁ ଏହି ପ୍ୟାକେଟ ଖାଦ୍ୟ ପ୍ରସ୍ତୁତକାରୀ ବେକେରୀ ଉପରେ ପୁଲିସ୍ ସହଯୋଗରେ ଯାଞ୍ଚ କରାଯାଇଥିଲା। ସେଠାରେ କରୋନା କଟକଣାକୁ ଅଣଦେଖା କରାଯାଇ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବା ଦେଖିବାକୁମିଳିଥିଲା। ଏଠାରେ କାମ କରୁଥିବା କର୍ମଚାରୀମାନେ ବିନା ମାସ୍କ, ବିନା ଦସ୍ତାନ ଲଗାଇ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଥିଲା। ତେଣୁ ବିଭାଗ ତରଫରୁ ୫ଶହ ଟଙ୍କା ଜୋରିମାନା କରାଯିବା ସହ ଆସନ୍ତା ସୋମବାର ପର୍ଯ୍ୟନ୍ତ ଏଥିରେ ସୁଧାର ଆଣିବା ପାଇଁ ତାଗିଦ କରାଯାଇଥିଲା। ଏଥିରେ ବ୍ୟତିକ୍ରମ ହେଲେ ବେକେରୀ ସିଲ କରାଯିବାକୁ କୁହାଯାଇଛି।

Share

Leave a Reply