ସାନିଟାଇଜ୍ ହେଲା କୋର୍ଟ ପରିସର

You are currently viewing ସାନିଟାଇଜ୍ ହେଲା କୋର୍ଟ ପରିସର

ଅନୁଗୁଳ: କରୋନା ସଂକ୍ରମିତ ହୋଇ ଅନୁଗୁଳର ଜଣେ ଆଇନ୍‌ଜୀବୀଙ୍କ ମୃତ୍ୟୁ ହେବା ପରେ ଭୟର ବାତାବରଣ ଖେଳିଯାଇଛି। ସ୍ଵର୍ଗତ ଆଇନ୍‌ଜୀବୀ କରୋନାରେ ଆଖି ବୁଜିବା ପୂର୍ବରୁ ଅନୁଗୁଳ କୋର୍ଟକୁ ଆସିଥିଲେ । କୋର୍ଟର ଅନ୍ୟ ଦୁଇ ଜଣ ଆଇନ୍‌ଜୀବୀ କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତେଣୁ ସଂକ୍ରମଣ ଆଶଙ୍କା କରି ଗୁରୁବାର କୋର୍ଟ ପରିସରକୁ ସାନିଟାଇଜ୍ କରାଯାଇଛି। ସକାଳ ସାଢ଼େ ୮ଟା ବେଳେ ଅଗ୍ନିଶମବାହିନୀ ପହଞ୍ଚି ସମ୍ପୂର୍ଣ୍ଣ କୋର୍ଟ ପରିସରକୁ ସାନିଟାଇଜ୍ କରିଥିଲେ। ଏଥିସହିତ କୋର୍ଟ ନିକଟରେ ଥିବା ବିଭିନ୍ନ ଦୋକାନକୁ ବନ୍ଦ କରାଯାଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ଓକିଲ ସଂଘ ନିଷ୍ପତ୍ତି ନେଇଛି । କରୋନା ସଂକ୍ରମଣ କମିବା ପର୍ଯ୍ୟନ୍ତ କୋର୍ଟରେ କେବଳ ଜରୁରୀ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କୋର୍ଟକାର୍ଯ୍ୟ ହେବ ନାହିଁ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି।

Share

Leave a Reply