ଅନୁଗୁଳ: ତାଳଚେର ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଚଢାଉରେ ୧୧ ଗୋଟି ଅବକାରୀ କେସ୍ କରାଯିବା ସହ ମୋଟ ୭୧.୫୫ ଲିଟର ବିଦେଶୀମଦ, ୧୨୫ଲିଟର ଦେଶୀମଦ ଜବତ କରିଛି ପୋଲିସ। ଏଥିସହିତ ନଗଦ ୪୯ ହଜାର ୪ ଶହ ୭୦ ଟଙ୍କା ଓ ୩ ଗୋଟି ସ୍କୁଟି ଏବଂ ଗୋଟିଏ ବାଇକ ଜବତ କରାଯାଇଛି ବୋଲି ଥାନା ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ସୂଚନା ମୂତାବକ, ତାଳଚେର ଅଂଚଳର କାଳିଆ ଓରଫ ପ୍ରଦୀପ ସିଂହ, ରଶ୍ମିତା ସିଂହ, ସ୍ୱାମୀ -କାଳିଆ, ଅଙ୍ଗାରୁଆ ଅଂଚଳର ସେମାନେ ମଦ ବ୍ୟବସାୟ କରୁଥିବା ଖବର ପୋଲିସ୍ କୌଣସି ସୂତ୍ରରୁ ଜାଣିପାରି ସେମାନଙ୍କୁ ଆତର୍କିତ ଚଢାଉ କରିଥିଲା।
ତାଳଚେର ପୋଲିସ୍ ୧୭୬/୨୬ରେ ସଂଶ୍ଳିଷ୍ଟ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ତେବେ ସରକାରୀ ମଦଦୋକାନୀ ଗୁଡ଼ିକ କେବଳ ପିଇବା ପାଇଁ ଗୋଟିଏ ବୋତଲ ଦେବାକୁ ନିୟମ ରହିଥିବା ବେଳେ କିପରି ଭାବେ ଓ କେଉଁଠାରୁ ବେପାରୀମାନେ ମଦ ସଂଗ୍ରହ କରି ବଜାରରେ ବିକ୍ରି କରୁଛନ୍ତି ତାକୁ ପୋଲିସ୍ କାହିଁକି ଗିରଫ କରୁନାହିଁ, ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


