ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ଆଜି ଚଢାଉ କରାଯାଇ ବିପୁଳ ପରିମାଣର ଅବୈଧ ପଲିଥିନ ଓ ଥର୍ମକୁଲ ପାତ୍ର ଜବତ କରାଯାଇଛି। ହରିମହୁରୀ ଛକରେ ଏକ ଗୋଦାମରୁ ପ୍ରାୟ ୨୫୦ କେଜିର ପଲିଥିନ ଜବତ କରାଯାଇ ତାଙ୍କୁ ୫୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା। ଅନୁଗୁଳ ମହିଳା କଲେଜ ନିକଟରେ ଥିବା ଏକ ଦୋକାନରୁ ମଧ୍ୟ ବିପୁଳ ପଲିଥିନ ଜବତ କରାଯାଇଥିଲା।ତେବେ ମାଲିକ ନଥିବାରୁ ତାଙ୍କୁ ଫାଇନ କରାଯାଇ ପାରିନଥିଲା। ମାଛ ମାର୍କେଟରେ ପ୍ରାୟ ଅଧିକାଂଶ ଦୋକାନୀଙ୍କୁ ଅବୈଧ ପଲିଥିନ ବ୍ୟବହାର ନେଇ ୫୦୦ ଟଙ୍କା ଲେଖାଏଁ ଫାଇନ କରାଯାଇଥିଲା। ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଏକ ଦୋକାନରୁ ମଧ୍ୟ ପଲିଥିନ ଜବତ କରାଯାଇଥିଲା।ଆଜି ମୋଟ ୬୨,୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଏହି ଚଢଉ ଜାରି ରହିବ।ଏହି ଚଢଉରେ ପୌରପାଳିକା ଟାସ୍କ ଫୋର୍ସ ସହ ପ୍ରଦୂଷଣ ବିଭାଗ ଅଧିକାରୀ ଓ ପୋଲିସ ଅଧିକାରୀ ମାନେ ସାମିଲ ହୋଇଥିଲେ ।
ଅନୁଗୁଳର ବିଭିନ୍ନ ସ୍ଥାନରେ ଚଢାଉ: ବିପୁଳ ପଲିଥିନ ଜବତ
- Post published:February 18, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


