ପୋଲିସଙ୍କୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳିଲା ବିଜେପି ମହିଳା ମୋର୍ଚ୍ଚା

You are currently viewing ପୋଲିସଙ୍କୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳିଲା ବିଜେପି ମହିଳା ମୋର୍ଚ୍ଚା

ଅନୁଗୁଳ : ଆଜି ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି। ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ପୋଲିସ ଷ୍ଟେସନରେ ଉପସ୍ଥିତ ରହି ସମସ୍ତ ପୋଲିସ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ରୋଜାଲିନ ଦାସ, ଜିଲ୍ଲା ସମ୍ପାଦିକା ନମିତା ଦଳବେହେରା, ମହିଳା ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ମଞ୍ଜୁଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply