ଅନୁଗୁଳ: ସ୍ଥାନୀୟ ବ୍ରହ୍ମାକୁମାରୀଜ୍ ଶାନ୍ତି ଅନୁଭୂତି ଧାମ ସେବା କେନ୍ଦ୍ର ଠାରେ ମହାସମାରୋହରେ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଛି। ମୁଖ୍ୟବକ୍ତା ରୂପେ ଅନୁଗୁଳ ଶାଖାର ମୁଖ୍ୟ ପରିଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମିନତି ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ବିଚାରପତି ଦୁର୍ଗାଶଙ୍କର ମିଶ୍ର କହିଥିଲେ ଯେ ସମାଜରେ ଅପରାଧିକ ପ୍ରବଣତା ହ୍ରାସ କରିବାରେ ଆଧ୍ୟାତ୍ମିକ ଚିନ୍ତାଧାରା ଏକ ରକ୍ଷା କବଚ ଭଳି କାର୍ଯ୍ୟ କରେ।
ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବିଧାୟକ ପ୍ରତାପ କୁମାର ପ୍ରଧାନ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରୋଜେକ୍ଟ ଡାଇରେକ୍ଟର ଡିଆରଡିଏ, ତହସିଲଦାର, ସମ୍ପାଦକ ଟାମଡା, ଅଧ୍ୟକ୍ଷ ପୌରପାଳିକା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ନିର୍ଦ୍ଦେଶକ ରେଞ୍ଜର୍ସ କଲେଜ ତଥା ନାଲକୋର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।
ପରେ ଆଦୃତ, ମାନବ ସେବାକେନ୍ଦ୍ର, ଜାଗୃତି-୧, ଜାଗୃତି-୨, ଉଜ୍ଜଳା, ବାଜି ରାଉତ ଛାତ୍ରାବାସ, ନବୋଦୟ ବିଦ୍ୟାଳୟ, ଜିଲ୍ଲା କାରାଗାର, ପର୍ଯ୍ୟବେକ୍ଷଣ ଗୃହ-ସ୍ଵତନ୍ତ୍ର ଆବାସର ଅନ୍ତେବାସୀମାନଙ୍କୁ ମଧ୍ଯ ରକ୍ଷାବନ୍ଧନର ଉଦ୍ଦେଶ୍ୟ ସମ୍ପର୍କରେ ସନ୍ଦେଶ ପ୍ରଦାନ କରାଯାଇଥିଲା।