ସାଏଙ୍କ ସାମ୍ବାଦିକ ସମ୍ମିଳନୀ, ସଦାଶିବ ବିଜେଡିର ମୋହରା ସାଜିଛନ୍ତି

You are currently viewing ସାଏଙ୍କ ସାମ୍ବାଦିକ ସମ୍ମିଳନୀ, ସଦାଶିବ ବିଜେଡିର ମୋହରା ସାଜିଛନ୍ତି

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ଏକ ହୋଟେଲରେ ଆଠମଲ୍ଲିକ ବିଜେପି ପକ୍ଷରୁ ରମେଶ ଚନ୍ଦ୍ର ସାଏ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏକ ଓଡ଼ିଆ ଦୈନିକରେ ଆଠମଲ୍ଲିକ ଗଣ୍ଡ ସମାଜ ସଭାପତି ସଦାଶିବ ନାୟକଙ୍କ ବାବଦରେ ଯାହା ଖବର ପ୍ରକାଶିତ ହୋଇଛି ତାହା ଭିତ୍ତିହୀନ ଓ ବିଭ୍ରାନ୍ତିକର ବୋଲି ଶ୍ରୀ ସାଏ ସମ୍ମିଳନୀରେ ପ୍ରକାଶ କରିଥିଲେ। ଶ୍ରୀ ସାଏ କହିଥିଲେ ସଦାଶିବଙ୍କୁ ସ୍ଥାନୀୟ ବିଜେଡି ନେତା ମୋହରା କରି ସମାଜରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି।

ସମାଜର ସଭାପତି ରହି ନିର୍ଦ୍ଦିଷ୍ଟ ଏକ ଦଳ ସପକ୍ଷରେ ଏକ ମତ ମନ୍ତବ୍ୟ ଦେବା ଠିକ୍ ନୁହେଁ। ତାଙ୍କର ଏଭଳି କାରବାର ନେଇ ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ଆଠମଲ୍ଲିକରେ ଗଣ୍ଡ ସମାଜର ପ୍ରାୟ ୩୦
ହଜାର ଭୋଟର ରହିଛନ୍ତି।ସେମାନେ ଠିକଣା ସମୟରେ ଠିକଣା ପଦକ୍ଷେପ ନେବେ।

ସଦାଶିବ ଓ ତାଙ୍କର କିଛି ଅନୁଗତ ବିଜେଡି ଦ୍ଵାରା ପ୍ରଭାବିତ ହୋଇ ସମାଜ ବିରୋଧୀ କାରବାର କରୁଛନ୍ତି ଯାହାକି ନିନ୍ଦନୀୟ। କିନ୍ତୁ ବିଜେଡିକୁ ଏଥିରୁ କିଛି ଫାଇଦା ମିଳିବ ନାହିଁ। ଆଠମଲ୍ଲିକରେ ବିଜେପିର ସଂଗଠନ ସୁଦୃଢ ଅଛି। ଲୋକେ ଚଳିତ ନିର୍ବାଚନ ରେ ବିଜେପି ସପକ୍ଷରେ ବହୁ ମତ ରଖିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ସମ୍ମିଳନୀରେ ସାଏଙ୍କ ସମେତ ସମ୍ପାଦକ ସୋମନାଥ ରାଉତ,ମିଡ଼ିଆ ପ୍ରଭାରୀ ପର୍ଶୁରାମ ବାରିକ,ପ୍ରଶାନ୍ତ ପୃଷ୍ଟି, ପ୍ରଭାତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply