ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାମେଶ୍ବର ଯୁବ କ୍ଲବ୍ ଖଲାରୀକୁ ଚଳିତ ବର୍ଷ ପାଇଁ ନେହେରୁ ଯୁବ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ୨୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ବୁଧବାର ରାମେଶ୍ବର ଯୁବ କ୍ଳବ ଖଲାରୀକୁ ଏହି ୨୫ ହଜାର ଟଙ୍କା ଅର୍ଥ ରାଶି ପୁରସ୍କୃତ କରିବା ସହ ଜିଲ୍ଲାରେ ଯୁବକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ କ୍ଳବ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ।
1
f600b249-5c54-442c-a949-d6bc81000fab