ଆଜିର ରାଶିଫଳ

0

ମେଷ : ଦିବା ୧୧ଟା ୪୬ ମିନିଟ୍ ପର୍ଯ୍ୟନ୍ତ ଦ୍ବାଦଶ ଚନ୍ଦ୍ର ଓ ପରେ ଘାତଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ପରିବାରରେ ବିବାଦ, ସ୍ବଜନରେ ମତାନ୍ତର ଏବଂ ନିଜର ଲୋକମାନେ ଶତ୍ରୁତା କରିବେ । ଅଯଥା ଖର୍ଚ୍ଚ ଓ ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ସ୍ଵଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁମାନଙ୍କର ଅଶ୍ବିନୀ ଓ କୃରିକା ମେଷ ଓ ଯାହାର ପ୍ରଥମ ନାମାକ୍ଷର ଚୁ, ଚେ, ଚୋ, ଲା ଏବଂ ଆ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା: ମା’ ଚଣ୍ଡୀ ।

ବୃଷ : ଘାତବାର ଓ ଦିବା ୧୧ଟା ୪୭ ମିନିଟ୍ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ଓ ପରେ ଦ୍ବାଦଶ ଚନ୍ଦ୍ର ଯୋଗୁ ଏକାଦଶ ଚନ୍ଦ୍ରର ବିଶେଷ ଶୁଭଫଳ ମିଳିବ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତଧାବନ କରିବେ ଏବଂ ସମସ୍ତ କର୍ମରେ ବିଫଳତାକୁ ସାମ୍ନା କରିବେ । ଯେଉଁମାନଙ୍କର କୃତ୍ତିକା ଓ ରୋହିଣୀ ବୃଷ ଏବଂ ଯାହାର ପ୍ରଥମ ନାମାକ୍ଷର ଓ,ଇ, ଏ, ଉ, ବା, ବି, ବୁ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨,ଆରାଧନା: ମା’ ସମଲେଶ୍ୱରୀ ।

ମିଥୁନ : ଦଶମ ଓ ଏକାଦଶ ଚନ୍ଦ୍ର, ଶନିବାର ଏବଂ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ।ନୂତନ କର୍ମ ନିଯୁକ୍ତି ମିଳିପାରେ କିମ୍ବା ନୂତନ କର୍ମାରମ୍ଭ କରିପାରନ୍ତି। ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମ ଆପଣଙ୍କ ଆୟତ୍ତରେ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୮, ଆରାଧନା: ମା’ ଛିନ୍ନମସ୍ତା ।

କର୍କଟ : ନବମ ଚନ୍ଦ୍ର ଓ ଦଶମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଯଶ, ସମ୍ମାନ,ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ । ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଏବଂ ରାଜନୈତିକ ବ୍ୟକ୍ତିଙ୍କ କୃପାଲାଭ କରିବେ । ସମସ୍ତ କର୍ମରେ ଉନ୍ନତିମୂଳକ କର୍ମରେ ଅଗ୍ରସର ହେବେ ଏବଂ ଗୁରୁଜନଙ୍କ ସେବାରେ ଆଗ୍ରହ ରଖୁବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆୟ ଅଧିକ ହେବା ପାଇଁ ନୂତନ ଯୋଜନା କରିବେ । କର୍ମରେ ସଫଳତା ଏବଂ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ପୁନର୍ବସୁ କର୍କଟ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା: ୫, ଆରାଧନା: ମା’ ଭୁବନେଶ୍ଵରୀ ।

ସିଂହ : ଦିବା ୧୧ଟା ୪୭ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ଏହା ପରେ ନବମ ଚନ୍ଦ୍ର ଯୋଗୁ ମନରେ ଉଚ୍ଚାଭିଳାଷ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦସୁ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ । ଘାତବାରର ପ୍ରଭାବ ରହିବ ନାହିଁ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧୧,ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କନ୍ଯା : ଘାତବାର ଏବଂ ଦିବା ୧୧ଟା ୪୭ ମିନିଟ୍ ପରେ ଅଷ୍ଟମ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ବାସ୍ଥ୍ୟ, ଆର୍ଥିକ କାରବାର ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନରେ ଅସ୍ଥିରତା, ଧନକ୍ଷତି, ପରିବାରରେ ବିବାଦ ଏବଂ ଚାଲିଚଳନ ବ୍ୟବହାର ବିବାଦୀୟ ହେବ। ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ତୁଳନାରେ ବଦଖର୍ଚ୍ଚ ଅଧ୍ୟକ ହେବ । କର୍ମରେ ବିଫଳତା ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ହସ୍ତା କନ୍ୟା ଓ ଯାହାର ପ୍ରଥମ ନାମାକ୍ଷର ପୁ, ଷ, ଣ, ୦ ସେମାନେ ସତର୍କ ହେବେ । ଶୁଭରଙ୍ଗ: କଫି,ସଂଖ୍ୟା: ୮, ଆରାଧନା: ମା’ ତ୍ରିପୁରସୁନ୍ଦରୀ ।

ତୁଳା : ଷଷ୍ଠ ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ରୋଗ, ଋଣ ଓ ଶତ୍ରୁ ଏଥିରୁ ମୁକ୍ତି ମିଳିବ। ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଏବଂ ଚାଲିଚଳନ ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସିଲ୍‌ଭର,ସଂଖ୍ୟା: ୨, ଆରାଧନା: ମା’ ଗାୟତ୍ରୀ ।

ବିଛା : ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଯଶ, ସମ୍ମାନ,ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ। ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣାଇବେ । ରୋଗ, ଋଣ ଓ ଶତ୍ରୁ – ଏ ତିନୋଟିରୁ ମୁକ୍ତି ପାଇବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ, ପ୍ରତିବନ୍ଧକ ଦୂର ହେବ ।ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୬, ଆରାଧନା: ମା’ ବଗଳାମୁଖୀ ।

ଧନୁ : ଦିବା ୧୧ଟା ୪୭ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ଯେକୌଣସି କର୍ମ ଓ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । ଏହା ପରେ ପଞ୍ଚମ ଚନ୍ଦ୍ର ଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନପତି ଓ ଦୂରଦୃଷ୍ଟିର ବିକାଶ ଘଟିବ ଏବଂ ଦେହ, ମନ ସୁସ୍ଥ ରହିବ। ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ଶୁଭରଙ୍ଗ:ହଳଦିଆ, ସଂଖ୍ୟା: ୭, ଆରାଧନା: ମା’ ଧୂମାବତୀ।

ମକର : ଦିବା ୧୧ଟା ୪୭ ମିନିଟ୍ ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଓ ବ୍ୟବସାୟରେ ଆଂଶିକ ଶୁଭଫଳ ମିଳିବ। ଏହା ପରେ ଚତୁର୍ଥ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା,ପରିବାରରେ ମତାନ୍ତର, ସ୍ୱଜନରେ ଓ ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଆର୍ଥକ ଠକାମିରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବାଧାବିଘ୍ନ, ସହକର୍ମୀଙ୍କ ସହ ମତଭେଦ ଓ ସମସ୍ତ କର୍ମ କଣ୍ଟକସଦୃଶ
ମନେ ହେବ। ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଶ୍ରବଣା ମକର ଓ ଯାହାର ପ୍ରଥମ ନାମାକ୍ଷର ଭୋ, ଜା, ଜୀ, ଖୁ, ଖେ, ଖୋ ସେମାନେ ସତର୍କ ହେବେ । ଶୁଭରଙ୍ଗ: କଳା,ସଂଖ୍ୟା: ୩, ଆରାଧନା: ମା’ ଦୁର୍ଗା ।

କୁମ୍ଭ : ଦ୍ବିତୀୟ ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ସମସ୍ତ ଆଶା, ଆକାଂକ୍ଷା,ଅଭିଳାଷ ପୂର୍ଣ୍ଣ ହେବ । ଅନ୍ୟକୁ ଦେଇଥିବା ଧନ ଫେରିପାଇବେ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମ କରିବାର ଶୈଳୀରେ ଉନ୍ନତି ଆସିବ। ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ବାଇଗଣୀ, ସଂଖ୍ୟା: ୬, ଆରାଧନା: ମା’ କାଳୀ ।

ମୀନ : ଶ୍ରୀଚନ୍ଦ୍ର ଓ ଦ୍ଵିତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଧନ, ମାନ,ସମ୍ମାନ, ସୁଖାଦ୍ୟ, ସୁବସନ ପ୍ରାପ୍ତି ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ। ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା:୯, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

Leave A Reply

Your email address will not be published.

error: Content is protected !!