ମେଷ: କୃଷ୍ଣପକ୍ଷର ନବମ ଚନ୍ଦ୍ରହେତୁ ମାନସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ନିଜ ପ୍ରିୟବନ୍ଧୁକିମ୍ବାପୁରାତନ ବନ୍ଧୁଙ୍କ ସହମତାନୁର,ପରିବାରରେ ମନୋମାଳିନ୍ୟ ଏବଂ ମନରେ ଅସ୍ଥିରତାଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗିରହିବ। ଆର୍ଥିକ ସ୍ଥିତି ପ୍ରଭାବିତ ହେବ। ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର ଅଶ୍ବିନୀ ଓ ଦ୍ବିଜାମେଷ ଓ ଯାହାରପ୍ରଥମ ନାମାକ୍ଷରବୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋସେମାନେ ସତର୍କହେବେ ।ଶୁଭରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା: ପ୍ରଭୁସ୍କନ୍ଦ ।
ବୃଷ: ଅଷ୍ଟମଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ଶାରୀରିକପୀଡ଼ା ଭୋଗିବେ। ଚାଲିଚଳନ, ବ୍ୟବହାର ବିବାଦୀୟ ହେବ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟତୁଳନାରେ ବଦ୍ଖର୍ଚ୍ଚ ଅଧିକ ହେବ ଓ ଆର୍ଥିକ ସ୍ଥିତିବିଗିଡ଼ିଯିବ। କର୍ମରେବିଫଳତା, ବାଧାବିଘ୍ନ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କ ରରୋହିଣୀ ବୃଷ ଓ ଯାହାରପ୍ରଥମ ନାମାକ୍ଷର ଓ, ବା, ବି, ବୁ, ସେମାନେ ସତର୍କ ହେବେ। ଶୁଭରଙ୍ଗ : ସିଲ୍ଭର, ସଂଖ୍ୟା: ୨, ଆରାଧନା : ମା’ କମଳା।
ମିଥୁନ: ସପ୍ତମ ଚନ୍ଦ୍ର ହେତୁ ମାନସିକ, ପାରିବାରିକ ଶାନ୍ତି,ଜୀବନରେ ମଧୁରତା,ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସଦ୍ଭାବ ରହିବ। କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ କିମ୍ବା ପୁତ୍ରକନ୍ୟାଙ୍କ ମାଙ୍ଗଳିକ କର୍ମର ଆୟୋଜନ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କର ସହାୟତା ପ୍ରାପ୍ତ କରିବେ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ସୁଫଳପାଇବେ। ଶୁଭରଙ୍ଗ: କଫି, ସଂଖ୍ୟା : ୪, ଆରାଧନା : ଭଗବାନ ବିଷ୍ଣୁ ।
କର୍କଟ: କୃଷ୍ଣପକ୍ଷର ଷଷ୍ଠ ଚନ୍ଦ୍ର ହେତୁ ରୋଗ, ଋଣ, ଶତ୍ରୁ ଏଥୁରୁ କିଛି ମାତ୍ରାରେ ମୁକ୍ତି ପାଇବେ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନ ସମ୍ପର୍କ ବୃଦ୍ଧିପାଇବ। ପରୋପକାର ଓ ସମାଜସେବା ଓ ଧାର୍ମିକ କର୍ମରେ ଅଧ୍ବକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା,ସହକର୍ମୀଙ୍କ ସହାୟତା ଏବଂ କର୍ମସ୍ଥାନର ସମସ୍ତ ବାଧାବିଘ୍ନ, ପ୍ରତିବନ୍ଧକ ଦୂରହେବ। ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ଧଳା, ସଂଖ୍ୟା : ୧, ଆରାଧନା:ଭଗବାନ ଶିବ।
ସିଂହ: କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର, ଘାତନକ୍ଷତ୍ର ଯୋଗୁ ବାଦବିବାଦ, ପୁତ୍ରକନ୍ୟା ଓ ପିତାମାତାଙ୍କ ସହ କଥାବାର୍ତ୍ତା କଲାବେଳେ ସତର୍କ ରହିବେ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା,ପ୍ରତ୍ୟୁତ୍ପନ୍ନମତି ଦୂରଦୃଷ୍ଟିର ଅସଫଳ ପ୍ରୟୋଗ କରିବେ। ପରିବାରରେ ମତାନ୍ତର ଏବଂ ଇତରଜନଠାରୁ ଅପମାନ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗିରହିବ। ମନରେ ହତୋତ୍ସାହଭାବ ପ୍ରକାଶପାଇବ। କର୍ମରେ ବିଫଳତା, ସହକର୍ମୀଙ୍କ ସହ ମତାନ୍ତର ଏବଂ ସମ୍ମାନହାନି ଘଟିବ। ଯେଉଁମାନଙ୍କର ମଘା ଓ ପୂର୍ବ ଫାଲଗୁନୀ ସିଂହ ଓ ଯାହାରପ୍ରଥମ ନାମାକ୍ଷରମା, ମି, ମୁ, ମେ, ମୋ, ଟା, ଟି, ଟୁସେମାନେ ସତର୍କ ହେବେ । ଶୁଭରଙ୍ଗ : ଗୋଲାପୀ, ସଂଖ୍ୟା : ୩,ଆରାଧନା : ମା’ ମାତଙ୍ଗୀ ।
କନ୍ୟା: କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ରଶୁକ୍ରବାର ଓ ଦିବା ୧୨ଟା ୪୦ ମିନିଟ୍ରେଶୁକ୍ରଙ୍କ ନକ୍ଷତ୍ରହେତୁ ଧନ, ସମ୍ପଦ,ପ୍ରାଚୁର୍ଯ୍ୟ, ପ୍ରତିପତ୍ତା ବୃଦ୍ଧିପାଇବ। ମୂଲ୍ୟବାନ ଧାତୁ,ବସନଭୂଷଣ, ଭୂମି ଓ ଯାନବାହନ କ୍ରୟକରିବେ ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟରେ ସୁଯୋଗ ଜୁଟିବ। କର୍ମରେ ସଫଳତା, ସହକର୍ମୀଙ୍କ ସହାୟତା ଏବଂ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ କରିବେ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରାକନ୍ୟା ସେମାନେ ସୁଫଳ ପାଇବେ। ଶୁଭରଙ୍ଗ : ଚକୋଲେଟ୍, ସଂଖ୍ୟା : ୪,ଆରାଧନା : ମା’ ଛିନ୍ନମସ୍ତା ।
ତୁଳା: ଘାତଚନ୍ଦ୍ର ହେତୁ ପରିବାରରେ ବିବାଦ, ମନରେ ଅସ୍ଥିରତା ଏବଂ ଭ୍ରାତୃଭଗ୍ନୀଙ୍କ ସହ ବିବାଦ ଦେଖାଦେବ। ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶପାଇବ ଏବଂ ଚାଲିଚଳନ ବ୍ୟବହାର କଥାବାର୍ତ୍ତା ବିବାଦୀୟ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ବଳ୍ପ ହେବ। କର୍ମରେ ବିଫଳତା ଏବଂ ବହୁବିଧ ସମସ୍ୟାର ସମ୍ମୁଖୀନ ହେବ । ଯେଉଁମାନଙ୍କର ସ୍ବାତୀତୁଳା ଓ ଯାହାରପ୍ରଥମ ନାମାକ୍ଷରରୁ, ରେ, ରୋ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨,ଆରାଧନା: ମା’ ସମଲେଶ୍ବରୀ ।
ବିଛା: ଘାତବାର ଓ କୃଷ୍ଣପକ୍ଷର ଦ୍ବିତୀୟଚନ୍ଦ୍ର ଦିବା ୧୦ଟା ପରେ ଚତୁର୍ଦ୍ଦଶୀତିଥ୍ ଯୋଗୁ ବାଦବିବାଦ, ସ୍ବାସ୍ଥ୍ୟ, ଆର୍ଥିକ କାରବାର ଓ ଯାନବାହନ ଆରୋହଣକାଳରେ ସତର୍କ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ଅଯଥା ଖର୍ଚ୍ଚ ଅଧିକ ହେବ ଏବଂ ମନରେ ଅସ୍ଥିରତା ଭାବ ପ୍ରକାଶପାଇବ । ଧନକୁନେଇ ବିବାଦ କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । କର୍ମରେ ବିଫଳତା ଓ କର୍ମ ପ୍ରତି ଆଳସ୍ୟତାଭାବ ପ୍ରକାଶପାଇବ। ଯେଉଁମାନଙ୍କର ଅନୁରାଧାବିଛା ଓ ଯାହାରପ୍ରଥମ ନାମାକ୍ଷର ନା, ନି, ନେ ସେମାନେ ସତର୍କହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ମା’ବଗଳାମୁଖୀ ।
ଧନୁ: ଘାତବାର ଓ ଶ୍ରୀଚନ୍ଦ୍ର ହେତୁ ଘାତବାରର ପ୍ରଭାବ କମ୍ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। ସୁଖାଦ୍ୟ, ସୁବସନ ପ୍ରାପ୍ତି ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। କର୍ମରେ ପରିଶ୍ରମ ତୁଳନାରେ ନସଫଳତା ଅଧୂକ ମିଳିବ ଏବଂ ପରିବାରର ସୁଖଶାନ୍ତିଅତୁଟରହିବ। ଯେଉଁମାନଙ୍କର ଉତ୍ତରା ଷାଢ଼ା ଧନୁ ସେମାନେ ସୁଫଳପାଇବେ। ଶୁଭରଙ୍ଗ : ଧଳା, ସଂଖ୍ୟା : ୨, ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ ।
ମକର: ଦ୍ବାଦଶଚନ୍ଦ୍ର, ଶୁକ୍ରବାରଏବଂ ଦିବା ୧୨ଟା ୪୦ ମିନିଟ୍ ପରେ ଶୁକ୍ରଙ୍କ ନକ୍ଷତ୍ର ଯୋଗୁ ଅପବ୍ୟୟ, ଅପବାଦ,ଅପଯଶ ଓ ଅପନିନ୍ଦାରୁ ମୁକ୍ତିମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ କମରହିବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗକରିବେ। ମନରୁ ଦୁଶ୍ଚିନ୍ତା, ଦୁର୍ଭାବନା ଅପସରିଯିବ ଏବଂ ଉତ୍ସାହ ବୃଦ୍ଧିଘଟିବ। କର୍ମରେ ସଫଳତା ଏବଂ ସମ୍ବ କଷ୍ଟ କର୍ମ ଆଜି ଆପଣଙ୍କ ପାଇଁ ସହଜହେବ। ଯେଉଁମାନଙ୍କର ଉତ୍ତରାଷାଢ଼ା ମକର ସେମାନେ ସୁଫଳପାଇବେ। ଶୁଭରଙ୍ଗ : ମାଟିଆ, ସଂଖ୍ୟା : ୩, ଆରାଧନା : ମା’ କାଳୀ।
କୁମ୍ଭ: ଘାତଚନ୍ଦ୍ର, ଚତୁର୍ଦ୍ଦଶୀତିଥି ଯୋଗୁ ମନ ବିଷାଦଗ୍ରସ୍ତ ରହିବ ଏବଂ ମନରେ ହତୋତ୍ସାହଭାବ ପ୍ରକାଶପାଇବ। ଆର୍ଥିକ କ୍ଷତି, ଆର୍ଥିକଠକାମି ଏବଂ ଆର୍ଥିକସ୍ଥିତିରେ ବିପର୍ଯ୍ୟୟ ଆସିବ। ବାଣିଜ୍ୟ, ବ୍ୟବସାୟରେ କ୍ଷତି ଦେଖାଦେବ ଏବଂ କର୍ମରେବିଫଳତା ଏବଂ ଅଜଣାବିପଦ ଆସିପାରେ। ଯେଉଁମାନଙ୍କର ନିଷ୍ଠାକୁମ୍ଭ ଯାହାରପ୍ରଥମ ନାମାକ୍ଷରଗେ, ଗୁସେମାନେ ସତର୍କହେବେ। ଶୁଭରଙ୍ଗ : ଧୂସର, ସଂଖ୍ୟା : ୧୧, ଆରାଧନା : ମା’ ଭୈରବୀ ।
ମୀନ: ଘାତବାର ଓ ଦଶମଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତିମିଳିବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ କର୍ମ କରିବାର ଶୈଳୀରେ ଉନ୍ନତି ଆସିବ। ମନରେ ସତ୍ଚିନ୍ଧା, ସଦ୍ଭାବନା ପ୍ରକାଶ ପାଇବ ଏବଂ ସତ୍ଵକର୍ମରେ ଅଧିକ ଆଗ୍ରହରହିବ। ଯେଉଁମାନଙ୍କର ପୂର୍ବଭାଦ୍ରମୀନ ସେମାନେ ଉପକୃତହେବେ। ଶୁଭରଙ୍ଗ : ଲାଲ, ସଂଖ୍ୟା : ୯, ଆରାଧନା : ପ୍ରଭୁଗଜାନନ ।