ତାଳଚେରରେ ଗ୍ରୀଷ୍ମ ପ୍ରବାହ: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

You are currently viewing ତାଳଚେରରେ ଗ୍ରୀଷ୍ମ ପ୍ରବାହ: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଅନୁଗୁଳ: ରାଜ୍ୟର ଅନ୍ୟତମ ଉତ୍ତପ୍ତ ସହର ଭାବେ ପରିଚିତ ତାଳଚେରରେ ଗ୍ରୀଷ୍ମର ପ୍ରକୋପ ଅସହ୍ୟ ହେବାରେ ଲାଗିଛି। ଗତ ଦୁଇ ଦିନ ହେବ ପାରଦ ନଖସିବା ଫଳରେ ଅଞ୍ଚଳବାସୀ ଓ ପଥଚାରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ବାତ୍ୟା ପ୍ରଭାବରେ ପାଗ କୋହଲା ଥିଲେ ହେଁ, ଏବେ ପ୍ରଖର ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅତିଷ୍ଠ କରିପକାଇଛି।
ଶିଳ୍ପାୟନ ଓ କୋଇଲା ଖଣି ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ ହେବା ଏହି ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଲୋକେ ତୃଷା ମେଣ୍ଟାଇବା ପାଇଁ ଲସି ଓ ସରବତ୍ ଦୋକାନରେ ଭିଡ଼ ଜମାଉଛନ୍ତି।

ଅନ୍ୟପଟେ, ବାଟୋଇଙ୍କ ପାଇଁ ବିଭିନ୍ନ ଛକରେ କରାଯାଇଥିବା ପାନୀୟ ଜଳ ବ୍ୟବସ୍ଥା ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇ ପଡ଼ିରହିଛି। ଏହାସହ ଶିଳ୍ପାଞ୍ଚଳର ଧୂଳିଧୂଆଁ ସମସ୍ୟାକୁ ଦ୍ଵିଗୁଣିତ କରୁଛି। ତୁରନ୍ତ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର ମରାମତି ସହ ପ୍ରଶାସନ ପକ୍ଷରୁ ରାସ୍ତାରେ ପାଣି ସିଞ୍ଚନ କରିବାକୁ ସାଧାରଣରେ ଦାବି ହୋଇଛି।

Share

Leave a Reply