ଅନୁଗୁଳ ହେବ ରାଜ୍ୟର ଏକ ନମ୍ବର ଜିଲ୍ଲା :ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

You are currently viewing ଅନୁଗୁଳ ହେବ ରାଜ୍ୟର ଏକ ନମ୍ବର ଜିଲ୍ଲା :ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ଅନୁଗୁଳ: ଦଶମ ଅନୁଗୁଳ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ରାଜ୍ୟ ଯୋଜନା ଓ ସମନ୍ଵୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।ମନ୍ତ୍ରୀ ଶ୍ରୀ ଢୋଲକିଆ ଅନୁଗୁଳ କଳା ସଂସ୍କୃତି ଐତିହ,ପର୍ଯ୍ୟଟନ କୁ ଅତୁଳନୀୟ ବୋଲି ବର୍ଣ୍ଣନା କରିବା ସହ ଶିଳ୍ପ ସମୃଦ୍ଧ ଏହି ଜିଲ୍କା ଖୁବ ଶୀଘ୍ର ରାଜ୍ୟର।ଏକ ନମ୍ବର ଜିଲ୍କାରେ ପରିଣତ ହେବ ବୋଲି କହିଥିଲେ। ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଳଲହଡ଼ା ବିଧାୟକ ମୁକେଶ ପାଲ, ପୌରାଧକ୍ଷ ଅକ୍ଷୟ ସାମନ୍ତ,ଏମ୍ସିଏଲ ନିର୍ଦେଶକ କେଶବ ରାଓ,ଜେଏସ୍ପିଏଲ ଚିଫ ଏକଯିକ୍ୟୁଟିଭ ଦିନେଶ ସରୋଗୀ,ଏସଟିଟିପିଏସ ନିର୍ଦେଶକ କେଏସ ସୁନ୍ଦରମ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଧରଣୀଧର ନାଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସମାରୋହରେ ଆଠମଲ୍ଲିକ ଦଣ୍ଡ,କିଶୋରନଗର ପାଲା,ବନରପାଳ ବ୍ଲକ ପକ୍ଷରୁ ଆଧୁନିକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।ଶେଷରେ ବହୁ ପ୍ରତିକ୍ଷିତ ବଲିଉଡ ଗାୟକ ପବନଦୀପ ରାଜନ ଓ ଅରୁଣୀତା ରୋମାଣ୍ଟିକ ଅନ୍ଦାଜରେ ବିଭିନ୍ନ ଗୀତ ଗାଇ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ଏହାଛଡା ସନ୍ତୁନିଜେ ଓ ରାଜୁ ଦାସ ନିଜ କମେଡି ମାଧ୍ୟମରେ ଲୋକଙ୍କୁ ହସାଇ ହସାଇ ବେଦମ କରିଥିଲେ।

Share

Leave a Reply