ମେଷ: ଶୁକ୍ଳପକ୍ଷର ଦ୍ବିତୀୟ ଚନ୍ଦ୍ର ମଙ୍ଗଳବାର ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆକସ୍ମିକ ଧନଲାଭ,କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥୁବା ଧନ ଫେରିପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ବିଘ୍ନ ଘଟିବ। ଯେଉଁମାନଙ୍କର ଅଶ୍ବିନୀ ଓ କୃଷିକା ମେଷ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ହଳଦିଆ,ସଂଖ୍ୟା: ୬, ଆରାଧନା: ପ୍ରଭୁ ହନୁମାନ।
ବୃଷ: ଶ୍ରୀଚନ୍ଦ୍ର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଯୋଗୁ ସୃଜନରେ ସୁସମ୍ପର୍କ,ପରିବାରରେ ସୁଖଶାନ୍ତି, ମନରେ ପ୍ରସନ୍ନତା ଏବଂ ସ୍ଵାସ୍ଥ୍ୟ ଉତ୍ତମ ରହିବ। ଚାଲିଚଳନ,ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। କର୍ମରେ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ,ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ନୀଳ, ସଂଖ୍ୟା:୧୨, ଆରାଧନା: ମା’ ସମଲେଶ୍ବରୀ ।
ମିଥୁନ: ଶୁକ୍ଳପକ୍ଷର ଦ୍ବାଦଶ ଚନ୍ଦ୍ର ଯୋଗୁ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଅଯଥା ଖର୍ଚ୍ଚ,ବଦଖର୍ଚ୍ଚ ବଢ଼ି ଚାଲିବ । ଖର୍ଚ୍ଚଭାରରେ ଅତି ହୋଇ ଋଣ କରିବାକୁ ପଡ଼ିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ବଳ୍ପ ହେବ ଏବଂ କର୍ମରେ ବିଫଳତା ଓ ଅଯଥା ବିଳମ୍ବ ପରିଲକ୍ଷିତ ହେବ। ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତ ନେବେ ଏବଂ ପରିବାରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟଗତ ଯେଉଁମାନଙ୍କର ପୁନର୍ବସୁ ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କେ, କୋ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା : ୨, ଆରାଧନା : ଭଗବାନ ବିଷ୍ଣୁ ।
କର୍କଟ: ଏକାଦଶ ଚନ୍ଦ୍ର, ଚନ୍ଦ୍ରଙ୍କ ନକ୍ଷତ୍ର, ମଙ୍ଗଳବାର ହେତୁ ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ। ମୂଲ୍ୟବାନ ଧାତୁ, ଭୂମି କ୍ରୟ କରିବେ କିମ୍ବା ଗୃହ ନିର୍ମାଣ କର୍ମ ଆରମ୍ଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ଲାଲ୍, ସଂଖ୍ୟା:୨, ଆରାଧନା : ଭଗବାନ ଶିବ।
ସିଂହ: ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ମନରେ ସତ୍ଚିନ୍ଧା, ସଦ୍ଭାବନା ପ୍ରକାଶ ପାଇବ ଏବଂ ସତ୍ଵକର୍ମରେ ଅଧିକ ଆଗ୍ରହ ରହିବ। ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ଧ୍ୟାନ ଓ ସଫଳତା ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ସୁଖବର, ସୁସମ୍ବାଦ ମିଳିବ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଗୋଲାପୀ,ସଂଖ୍ୟା: ୧୧, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।
କନ୍ୟା: ସମ୍ମାନ, ସାମାଜିକ ପ୍ରତି ବୃଦ୍ଧି ପାଇବ ଏବଂ ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚାଭିଳାଷ ପ୍ରକାଶ ପାଇବ। କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ବ ନେବେ ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ଉପକୃତ ହେବେ। ଶୁଭରଙ୍ଗ: ମେରୁନ୍, ସଂଖ୍ୟା: ୮, ଆରାଧନା: ମା’ ତ୍ରିପୁରସୁନ୍ଦରୀ।
ତୁଳା: ଅଷ୍ଟମ ଚନ୍ଦ୍ର ଏବଂ ମଙ୍ଗଳବାର ହେତୁ ବାଦବିବାଦ,ସ୍ବାସ୍ଥ୍ୟ ଓ ଆର୍ଥିକ କାରବାର ବେଳେ ସତର୍କ ହେବେ। ଧନକ୍ଷତି, ମାନସିକ ଅସ୍ଥିରତା ଏବଂ ପରିବାରରେ ବିବାଦର ସୂତ୍ରପାତ ହେବ । ବିନା କାରଣରେ ବହୁତ ବ୍ୟସ୍ତ ରହିବେ ଏବଂ ଚାଲିଚଳନ ବ୍ୟବହାର ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ବଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ସମୟାନୁବର୍ତିତାର ଅଭାବ ରହିବ । ଯେଉଁମାନଙ୍କର ବିଶାଖା ତୁଳା ଓ ଯାହାର ପ୍ରଥମ ନାମାକ୍ଷର ଡି, ଡୁ, ଡେ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ସିଲ୍ଭର, ସଂଖ୍ୟା: ୪, ଆରାଧନା:ପ୍ରଭୁ ଶ୍ରୀରାମ ।
ବିଛା: ଘାତଚନ୍ଦ୍ର, ଘାତତିଥ୍ ହେତୁ ମାନ, ସମ୍ମାନ ହାନି,ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର ଏବଂ କୌଣସି ମହିଳାଙ୍କ ସହ ବିବାଦ କିମ୍ବା ତାଙ୍କଠାରୁ ଅପମାନ ମିଳିପାରେ । ଅପରିଚିତ ମହିଳାଙ୍କ ସହ କଥାବାର୍ତ୍ତା ଓ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ସ୍ବଳ୍ପ ହେବ ଏବଂ ମହିଳା ହେତୁକ ଧନକ୍ଷତି ଘଟିବ। କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ବିଶାଖା ବିଛା ଓ ଯାହାର ପ୍ରଥମ ନାମାକ୍ଷର ତୋ, ସେମାନେ ସତର୍କ ହେବେ। ଶୁଭରଙ୍ଗ : ଲାଲ୍, ସଂଖ୍ୟା : ୩, ଆରାଧନା : ପ୍ରଭୁ ସ୍କନ୍ଦ।
ଧନୁ: ପୁରାତନ ରୋଗରୁ ଆରୋଗ୍ୟ ହେବାର ସହଜ ବାଟ ମିଳିବ। ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଦେହ, ମନ ସୁସ୍ଥ ରହିବ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ : ଧଳା, ସଂଖ୍ୟା :୧, ଆରାଧନା : ମା’ ଧୂମାବତୀ ।
ମକର: ଘାତବାର, ଘାତ ନକ୍ଷତ୍ର ଓ ପଞ୍ଚମ ଚନ୍ଦ୍ର ହେତୁ କର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ ଏବଂ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ସହକର୍ମୀ କିମ୍ବା ପଦସ୍ଥ ଅଧିକାରୀଙ୍କ ସହ ମତଭେଦ ଘଟିପାରେ । ପିତାମାତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା କିମ୍ବା ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଉପୁଜିବ ଏବଂ ସନ୍ତାନମାନଙ୍କ କର୍ମରେ ବ୍ୟଥ୍ତ ହେବେ । ଶୁଭରଙ୍ଗ : କଫି, ସଂଖ୍ୟା: ୧୧, ଆରାଧନା : ମା’ ଭୈରବୀ ।
କୁମ୍ଭ: ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଓ ମଙ୍ଗଳବାର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଓ ଦେବାଳିଆ ଅବସ୍ଥା ଆସିଯାଇପାରେ । କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷର ସେ, ସୋ, ଦା,ସେମାନେ ସତର୍କ ହେବେ । ଶୁଭରଙ୍ଗ : ଇନ୍ଦ୍ରନୀଳ,ସଂଖ୍ୟା : ୩, ଆରାଧନା: ମା’ ଚଣ୍ଡୀ ।
ମୀନ: ତୃତୀୟ ଚନ୍ଦ୍ର, ମଙ୍ଗଳବାର ଓ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ନୂତନ କର୍ମାରମ୍ଭ, କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିପାରନ୍ତି । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଭାବ ପ୍ରକାଶ ପାଇବ ଏବଂ ତାଙ୍କର ସାହ୍ୟା, ସହଯୋଗ ପ୍ରାପ୍ତ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୭,ଆରାଧନା : ମା’ ତାରା ।