ଓଏଏସ୍ ପରୀକ୍ଷାରେ ଅନୁଗୁଳ ଛାତ୍ରଙ୍କ ବାଜିମାତ୍: ୪୦ତମ ସ୍ଥାନ ରଖି କୃତକାର୍ଯ୍ୟ ହେଲେ ରଶ୍ମିରଞ୍ଜନ ରାଉତ

You are currently viewing ଓଏଏସ୍ ପରୀକ୍ଷାରେ ଅନୁଗୁଳ ଛାତ୍ରଙ୍କ ବାଜିମାତ୍: ୪୦ତମ ସ୍ଥାନ ରଖି କୃତକାର୍ଯ୍ୟ ହେଲେ ରଶ୍ମିରଞ୍ଜନ ରାଉତ

ଅନୁଗୁଳ: ଓପିଏସସି ଦ୍ୱାରା ପରିଚାଳିତ ଓଏଏସ୍ ପରୀକ୍ଷାରେ ଅନୁଗୁଳ ଜିଲ୍ଲାର ଛାତ୍ରଙ୍କ ବାଜିମାତ। ସ୍ଥାନୀୟ କିଶୋରନଗର ବ୍ଲକ୍‌ ହିମିତିରା ପଞ୍ଚାୟତ ଘୋଷର ଗ୍ରାମର ରଶ୍ମିରଞ୍ଜନ ରାଉତ ଚଳିତବର୍ଷ ଓପିଏସ୍‌ସି ପରୀକ୍ଷାରେ ୪୦ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି।

ଏହି ସଫଳତା ପଛରେ ତାଙ୍କ ପିତା ସ୍ୱର୍ଗତ ପ୍ରଭାକର ରାଉତଙ୍କ ପ୍ରେରଣା ରହିଥିବା ସେ ପ୍ରକାଶ କରିଛନ୍ତି। ରଶ୍ମିରଞ୍ଜନ କିଶୋରନଗର ହାଇସ୍କୁଲରେ ଦଶମ ଶ୍ରେଣୀ, କିଶୋରନଗର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ଏବଂ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ଯୁକ୍ତ ୩ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଅନୁଗୁଳର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ କ୍ୟାସିଅର୍‌ ଭାବରେ କାର୍ଯ୍ୟ କରୁଥିଲେ। କାମ ସହିତ ସେ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଥିଲେ। ପରୀକ୍ଷାରେ ସେ ୪୦ତମ ସ୍ଥାନରେ ଥିବାରୁ ବହୁତ ଖୁସିଥିବା ପ୍ରକାଶ କରିଥିଲେ। ଆଗରୁ ୫ଥର ପରୀକ୍ଷା ଦେଇଥିଲେ ମଧ୍ୟ ସେ ଭାଙ୍ଗି ପଡ଼ି ନଥିଲେ। ଶେଷରେ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସେ ଆଜି ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି।

Share

Leave a Reply