ଅନୁଗୁଳ: ପାଳଲହଡା ସରସ୍ଵତୀ ଶିଶୁ ମନ୍ଦିରରେ ବୁଧବାର ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ସକାଳୁ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଘୋଷ ବାଦ୍ୟ ସହ ନଗର ପରିକ୍ରମା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା ଓ ସ୍ବୟଂ ସେବକ ସଙ୍ଘର କର୍ମକର୍ତ୍ତା ନଗର ପରିକ୍ରମାରେ ସାମିଲ ହୋଇଥିଲେ।
ନବବର୍ଷ ନଗର ପରିକ୍ରମା ସମୟରେ ସମସ୍ତ ଛକ ଓ ଘର ସାମ୍ନାରେ କଳସ ସ୍ଥାପନ କରି ଲୋକେ ସ୍ୱାଗତ କରିଥିଲେ। ନଗର ପରିକ୍ରମା ପରେ ବିଦ୍ୟାଳୟରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଖଣ୍ଡ ସଂଘ ଚାଳକ ବଳରାମ ପ୍ରଧାନ, ମୁଖ୍ୟବକ୍ତା ଭାବେ ପ୍ରକାଶ କୁମାର ସାହୁ, ପାଳଲହଡା ସରସ୍ବତୀ ଶିଶୁମନ୍ଦିରର ସମ୍ପାଦକ ଶଙ୍କର ପ୍ରତାପ ଦେହୁରୀ, ଉପ ସଭାପତି ମହେଶ୍ୱର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସମସ୍ତ ଗୁରୁଜୀ ଗୁରୁମା ଓ ମାତୃଭାରତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।