ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ରାଷ୍ଟ୍ରୀୟ ନବବର୍ଷ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତରୁଣ କୁମାର ଦେହୁରୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଆଜି ଦିବସର ମହତ୍ତ୍ଵ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ନାଲକୋ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ପ୍ରଭାତ କୁମାର ଧର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ଆଜି ଦିବସର ପୃଷ୍ଠଭୂମି ଓ ଭାରତୀୟଙ୍କ ପାଇଁ ଆଜି ଏକ ଗୌରବ ଦିବସ ଏ ସମ୍ବନ୍ଧରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ବିପ୍ରଚରଣ ଦାଶ ଦିବସର ଆଭିମୁଖ୍ୟ ପ୍ରଦାନ କରିଥିଲେ। ବରିଷ୍ଠ ଆଚାର୍ଯ୍ୟ ଦିଲ୍ଲୀପ କୁମାର ବରାଳ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା। ଅନୁଗୁଳର ବିଭିନ୍ନ ମନ୍ଦିରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପୂଜାର୍ଚ୍ଚନା ସହିତ ମନ୍ତ୍ର ପାଠ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଗୁରୁମା ସ୍ଵର୍ଣ୍ଣ ମଞ୍ଜରୀ ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ସହଯୋଗ କରିଥିଲେ।
ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ
- Post published:April 9, 2024
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau

Tags: Angul