ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

You are currently viewing ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି। ଶୈଳ ଶ୍ରୀକ୍ଷେତ୍ର ବେଦ ଭବନରେ ଆୟୋଜିତ ସମାରୋହରେ ପୁରୀ ଗୋବର୍ଦ୍ଧନ ପୀଠର ମୁଖ୍ୟ ସଂଯୋଜକ ସ୍ବାମୀ ସତଚିଦାନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିନ୍ଦୁ ମାନଙ୍କ
ପାଇଁ ରାଷ୍ଟ୍ରୀୟ ନବବର୍ଷର ମହତ୍ତ୍ଵ ଏବଂ ଆଧ୍ୟାତ୍ମିକତା ଓ ମାନବବାଦ ହିନ୍ଦୁ ଜୀବନର ଅଂଶ ବିଶେଷ ବୋଲି କହିଥିଲେ।ସମ୍ମ।ନିତ ଅତିଥି ଭାବେ ହେମନ୍ତ କୁମାର ଦାଶ, ରୋହିତ କୁମାର ଦାଶ ଏବଂ ଶିକ୍ଷାବିତ୍ ଶାନ୍ତନୁ କୁମାର ସର ପ୍ରମୁଖ ଯୋଗ ଦେଇ ବର୍ଷ ପ୍ରତିପଦା କଣ ଓ କିଭଳି ପାଳନ କରାଯିବ ତାହା ବୁଝାଇ ଥିଲେ।ସେହିଭଳି ଶିମିଲିପଡ଼ା ଠାରେ ମେଗା ୟୁଥ୍ କ୍ଳବ୍ ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ଅବସରରେ ଶାନ୍ତି ହୋମ ଯଜ୍ଞ, ନାମ ସଙ୍କୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମଧ୍ୟ ରାଷ୍ଟ୍ରୀୟ ନବ ବର୍ଷ ଆଧ୍ୟାତ୍ମିକ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି।ସୂଚନାଯୋଗ୍ୟ ଯେ ହିନ୍ଦୁ ମାନଙ୍କ ବିଶ୍ୱାସ ଏହି ତିଥି ରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର, ଧର୍ମରାଜ୍ ଯୁଧିଷ୍ଠିର ଏବଂ ରାଜା ବିକ୍ରମାଦିତ୍ୟ ଙ୍କ ରାଜ୍ୟାଭିସେକ୍ ଅନୁଷ୍ଠିତ ହୋଇଥିଲା।

Share

Leave a Reply