CADLAB

ବସନ୍ତପୁର ଗ୍ରାମରେ ହାତୀ ଆତଙ୍କ

ଘର ଭାଙ୍ଗି ଫସଲ ନଷ୍ଟ କଲା ଦନ୍ତା

0

ଅନୁଗୁଳ: ଛେଣ୍ଡିପଦା ବନାଞ୍ଚଳର ବସନ୍ତପୁର ଗ୍ରାମରେ ଦନ୍ତାହାତୀ ଉପଦ୍ରବ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଗତ ରାତିରେ ହାତୀ ଘର ଭାଙ୍ଗିବା ସହ ଗ୍ରାମବାସୀଙ୍କ ବାଡ଼ିରୁ ଫସଲ ଖାଇଯାଇଥିବା ଅଭିଯୋଗ ହୋଇଛି ।ସୋମବାର ବିଳମ୍ବିତ ରାତିରେ ହାତୀଟି ନିକଟସ୍ଥ ଜଙ୍ଗଲରୁ ଆସି ଗ୍ରାମର ନିତ୍ୟାନନ୍ଦ ପ୍ରଧାନ ଓ କୁମୁଦ ବିଶ୍ବାଳଙ୍କ ଘର ଆଜବେଷ୍ଟସ୍ ଭାଙ୍ଗିଥିଲା । ଘର ଭିତରେ ଥିବା ଧାନ, ଚାଉଳ ଓ ମୁଗ ଖାଇଦେଇଛି । ଘର ଭିତରେ ଥିବା ମଟର ସାଇକେଲ ବି ଠେଲି ଦେଇଥିଲା । ସେହିପରି ଗ୍ରାମର ଟଙ୍କଧର ସାହୁ, ସୁଧାକର ସାହୁ, କଳାକାର ସାହୁ, ପ୍ରଦୀପ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁଙ୍କ ବନ୍ଧାକୋବି, କଦଳୀ ବଗିଚାରେ ହାତୀ ଫସଲ ଖାଇବା ସହ ମାଡ଼ିଦଳି ନଷ୍ଟ କରି ଦେଇଥିଲା । ଗ୍ରାମବାସୀଙ୍କଠାରୁ ସୂଚନା ପାଇ ବନ କର୍ମଚାରୀ ବିଭୁତି ଗଡ଼ନାୟକ ଓ ହାତୀ ସ୍କ୍ୱାଡ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇଥିଲେ । ହାତୀ ଦ୍ଵାରା ବ୍ୟାପକ ଫସଲ ନଷ୍ଟ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ମିଳୁନାହିଁ । ଏ ଦିଗରେ ବନ ବିଭାଗ ଗୁରୁତ୍ବ ନଦେଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.