birthday

ଅନୁଗୁଳ ଓକିଲ ସଂଘ ନିର୍ବାଚନ

ସଭାପତି ତ୍ରିମୁଖୀ, ସମ୍ପାଦକରେ ଦ୍ଵିମୁଖୀ ଲଢ଼େଇ

0

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସ୍ଥିର ହୋଇଛି। ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ, ମନୋନୟନପତ୍ର ପ୍ରତ୍ୟାହାର ପରେ ୬ଟି ପଦବୀ ନିମନ୍ତେ ମୋଟ୍ ୧୪ ଜଣ ପ୍ରାର୍ଥୀ ଚୂଡ଼ାନ୍ତ ଲଢ଼େଇରେ ସାମିଲ ହୋଇଛନ୍ତି । ସଭାପତି ଓ ସାଂସ୍କୃତିକ ସମ୍ପାଦକରେ ସର୍ବାଧିକ ୩ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତାକୁ ଓହ୍ଲାଇଥିବା ବେଳେ ଉପସଭାପତି, ସାଧାରଣ ସମ୍ପାଦକ, ସହସମ୍ପାଦକ ଓ କୋଷାଧକ୍ଷ ପଦବୀ ନିମନ୍ତେ ଦୁଇ ଜଣ ଲେଖାଁ ପ୍ରାର୍ଥୀ ଅଛନ୍ତି । ସଭାପତି ପ୍ରାର୍ଥୀ ଭାବେ ଦିଲ୍ଲୀପ କୁମାର ସାହୁ, ହିମାଂଶୁ ଭୂଷଣ ସାମଲ ଓ ମଧୁସୂଦନ କର, ଉପସଭାପତି ଭାବେ ଭବାନୀ ଶଙ୍କର ପ୍ରଧାନ ଓ ନୀରୋଦ କୁମାର ମିଶ୍ର, ସାଧାରଣ ସମ୍ପାଦକରେ ଧୁବଚରଣ ସାହୁ ଓ ସୋମନାଥ ରାଉତ, ସହସମ୍ପାଦକରେ ବିକ୍ରମ କେଶରୀ ମହାପାତ୍ର ଓ ଧର୍ମେନ୍ଦ୍ରନାଥ ମିଶ୍ର, କୋଷାଧକ୍ଷରେ ଅରବିନ୍ଦ ସାହୁ ଓ ନୀଳକଣ୍ଠ ନାଏକ, ସାଂସ୍କୃତିକ ସମ୍ପାଦକ ପ୍ରାର୍ଥୀ ଭାବେ ପ୍ରଦୀପ୍ତ କିଶୋର ସାହୁ, ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଓ ରାଜେଶ ବେହେରା ନିର୍ବାଚନ ଲଢୁଛନ୍ତି । ଆସନ୍ତା ୨୭ ତାରିଖରେ ନିର୍ବାଚନ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନ୍‌ଜୀବୀ ପ୍ରମୋଦ କୁମାର ପ୍ରଧାନ ଏବଂ ପ୍ରସନ୍ନ କୁମାର ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!