ଅକ୍ଷୟ ତୃତୀୟା: ନାଲକୋ ଜଗନ୍ନାଥ ମନ୍ଦିରରେ ଘୋଷ ଯାତ୍ରାର ପ୍ରାରମ୍ଭିକ ପର୍ବ ରଥ କାଠ ଅନୁକୂଳ

You are currently viewing ଅକ୍ଷୟ ତୃତୀୟା: ନାଲକୋ ଜଗନ୍ନାଥ ମନ୍ଦିରରେ ଘୋଷ ଯାତ୍ରାର ପ୍ରାରମ୍ଭିକ ପର୍ବ ରଥ କାଠ ଅନୁକୂଳ

 

ନାଲକୋନଗର: ନାଲକୋ ଜଗନ୍ନାଥ ମନ୍ଦିର ପରିସର ରେ ଆଜି ରଥ ନିର୍ମାଣର ଆଦ୍ୟପର୍ବ ରଥ କାଠ ଅନୁକୂଳ ଆରମ୍ଭ ହୋଇଛି।
ପରମ୍ପରା ଅନୁଯାୟୀ, ଆଜି ଅକ୍ଷୟ ତୃତୀୟାରେ ଚନ୍ଦନଯାତ୍ରା ସହ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପ୍ରାରମ୍ଭିକ ପର୍ବ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି। ଏ ଅବସରରେ ନାଲକୋ ନଗର ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସକାଳୁ ମନ୍ଦିର ପରିସର ବେଢ଼ା ଭିତରେ ପୂଜକ ସୁଶାନ୍ତ ଦାସଙ୍କ ତତ୍ତ୍ୱାବଧାନରେ ଯଥା ବିଧି ପୂଜା କରାଯାଇଥିଲା।

ପୂଜାରେ ମନ୍ଦିର ପରିଚାଳନା କମିଟିର ଉପସଭାପତି ସତ୍ୟବାଦୀ ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ରଥ କାରିଗର ତୋଫାନି ମହାରଣା ରଥ କାଠ ଶୁଭ ଅନୁକୂଳ କାର୍ଯ୍ୟ ସମ୍ପାଦନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପୂଜକ ପ୍ରମେଶ ମିଶ୍ରଙ୍କ ସମେତ ସମସ୍ତ ପୂଜକ ଉପସ୍ଥିତ ଥିଲେ।

Share

Leave a Reply